ଓଡ଼ିଶା କ୍ରିକେଟ୍ର ପରିଚୟ କଟକ ବାରବାଟୀ ଷ୍ଟାଡିୟମ ହେବ ବିଶ୍ବସ୍ତରୀୟ। ବର୍ତ୍ତମାନର ଷ୍ଟାଡିୟମକୁ ସଂପୂର୍ଣ୍ଣ ଭାଂଗି ଦିଆଯାଇ ସେହି ସ୍ଥାନରେ ସମସ୍ତ ଅତ୍ୟାଧୁନିକ ସୁବିଧା ଥିବା ଏକ ବିଶ୍ବସ୍ତରୀୟ ଷ୍ଟାଡିୟମ ନିର୍ମାଣ କରାଯିବ। ପ୍ରାୟ ୬୦୦ କୋଟି ଟଙ୍କା ବ୍ୟୟରେ ଏହି ନୂତନ ଷ୍ଟାଡିୟମକୁ ନୂଆ ରୂପ ଦିଆଯିବ। ନୂତନ ଷ୍ଟାଡିୟମରେ ଏକକାଳୀନ ୬୦ ହଜାର ଦର୍ଶକ ବସି ମ୍ୟାଚ୍ ଦେଖିପାରିବେ। କ୍ରିକେଟ୍ ସହିତ ଅନ୍ୟ ଖେଳ ପ୍ରତି ମଧ୍ୟ ଧ୍ୟାନ ଦିଆଯିବ। ଷ୍ଟାଡିୟମକୁ ଲାଗି ୫ ତାରକା ହୋଟେଲ, ଅଫିସ କକ୍ଷ, ରାସ୍ତା ପାର୍କିଂ, ଦୋକାନ ଘର, ସପିଂ ମଲ୍ ଓ ଏକ ସ୍ପୋର୍ଟସ୍ କମ୍ପଲେକ୍ସର ବିକାଶ କରାଯିବ। ଓଡ଼ିଶା କ୍ରିକେଟ୍ ଆସୋସିଏସ୍ନ( ଓସିଏ), ବିସିସିଆଇ ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଏହାର ନିର୍ମାଣ କରାଯିବ। ରାଜ୍ୟ ସରକାରଙ୍କ ୫-ଟି ରୂପାନ୍ତରୀକରଣ ଯୋଜନାରେ ଏହାକୁ ସାମିଲ କରି ନିର୍ମାଣ କରାଯିବ। ଆସନ୍ତା ସପ୍ତାହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ପରିପ୍ରେକ୍ଷୀରେ ଷ୍ଟାଡିୟମର ସ୍ଥିତି ସମୀକ୍ଷା କରିବା ପାଇଁ ବୁଧବାର ସକାଳେ ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଷ୍ଟାଡିୟମରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି। ନିର୍ମାଣ ହେବାକୁ ଥିବା ଷ୍ଟାଡିୟମର ଏକ ପ୍ରତୀକାତ୍ମକ ନକ୍ସାର ଅନୁଧ୍ୟାନ କରିବା ସହିତ ରାଜ୍ୟରେ କ୍ରିକେଟ୍ ବିକାଶ ସମ୍ପର୍କରେ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ, ସଂପାଦକ ସଂଜୟ ବେହେରାଙ୍କ ସହିତ ଆଲୋଚନା କରିଛନ୍ତି। ଷ୍ଟାଡିୟମ ସ୍ଥିତି ଅନୁଧ୍ୟାନ କରିବା ସହିତ କୋଚ୍ ଓ ଖେଳାଳିଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ଶ୍ରୀ ପାଣ୍ଡିଆନ ଷ୍ଟାଡିୟମରେ ପହଞ୍ଚି ଏହାର ସମୀକ୍ଷା କରିଥିଲେ। କ୍ରିକେଟ୍ ଓ ଅନ୍ୟ ଖେଳକୁ ଦୃଷ୍ଟିରେ ରଖି ଷ୍ଟାଡିୟମର ବିକାଶ କରାଯିବ। ରାଜ୍ୟରେ ଗୁଣାତ୍ମକ କ୍ରିକେଟ୍ କୋଚିଂର ମଧ୍ୟ ବ୍ୟବସ୍ଥା କରାଯିବ। ପ୍ରତିଯୋଗିତା ମନୋଭାବ ରଖିବା ଓ ପ୍ରତିଭାର ବିକାଶ ପାଇଁ ରାଜ୍ୟସ୍ତରୀୟ କ୍ରିକେଟ୍ ଏକାଡେମି ବିକାଶ କରିବା ସହିତ ରାଜ୍ୟସ୍ତରୀୟ କ୍ରିକେଟ୍ ଲିଗ୍ର ଆୟୋଜନ କରିବାକୁ କହିଥିଲେ। ମହିଳା କ୍ରିକେଟ୍ର ବିକାଶ ପାଇଁ ପୁରୀରେ ଏକ ମହିଳା କ୍ରିକେଟ ଏକାଡେମି ଖୁବ୍ଶୀଘ୍ର ଆରମ୍ଭ ହେବ। କଟକରେ ଥିବା କ୍ରିକେଟ ଏକାଡେମିର ମଧ୍ୟ ବିକାଶ କରାଯିବ। ଏହି ଅବସରରେ ଓସିଏ ସଂପାଦକ ଶ୍ରୀ ବେହେରା କହିଛନ୍ତି ଯେ ଏବେ ବାରବାଟୀ ଷ୍ଟାଡିୟମରେ ୪୨ ହଜାର ସିଟ୍ ସାମର୍ଥ୍ୟ ରହିଛି। ନୂତନ ଷ୍ଟାଡିୟମ ନିର୍ମାଣ ହେଲେ ୬୦ ହଜାର ଦର୍ଶକ ବସିଲା ଭଳି ସାମର୍ଥ୍ୟ ରହିବ। ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ଏହା ନିର୍ମାଣ କରାଯିବ। ଶ୍ରୀ ବେହେରା କହିଛନ୍ତି କି ୧୯୫୨ ମସିହାରେ ଷ୍ଟାଡିୟମର ମୂଳଦୁଆ ପଡିଥିଲା।କାଳକ୍ରମେ ଏହାର ବିକାଶ ହୋଇଛି। ଏବେ ଷ୍ଟାଡିୟମର ଯେଉଁ ମୂଳ ଢାଞ୍ଚା ରହିଛି ସେଥିରେ ନବକଳେବର ବା ପୁନଃ ନିର୍ମାଣ କରିବା ଏକ ପ୍ରକାର ଅସମ୍ଭବ ଥିବାରୁ ଷ୍ଟାଡିୟମକୁ ସଂପୂର୍ଣ୍ଣ ଭାଙ୍ଗି ଏକ ନୂତନ ଷ୍ଟାଡିୟମ ନିର୍ମାଣ କରାଯିବାର ଯୋଜନା ହୋଇଛି। ଏହାର ପ୍ରୋଜେକ୍ଟ୍ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଏକ କଂପାନିକୁ ଦିଆଯାଇଛି। ଏଥିପାଇଁ ଦୁଇ ମାସ ସମୟ ଲାଗିବ। ତେବେ ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀ ନୂତନ ଷ୍ଟାଡିୟମର ଶିଳାନ୍ୟାସ କରିବେ। ଏଥିସହିତ ସେହି ଦିନ ୩୦ ଜିଲ୍ଲାରେ ୪୨ କ୍ରିକେଟ୍ ଏକାଡେମିର ଲୋକାର୍ପଣ ହେବ।
Trending
- ପାଟନା ସିଭିଲ କୋର୍ଟରେ ଗୁଳିକାଣ୍ଡ ମାମଲାରେ ଚର୍ଚ୍ଚିତ ଶିକ୍ଷକ ଖାନ୍ ସାର୍
- ରାଜ୍ୟରେ ମୋଟ ୩,୭୯୩.୩୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଯାଉଥିବା ବେଳେ ୧୯,୯୨୪ ଜଣଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
- ଅନ୍ତର୍ଜାତୀୟ ରଜ ଉତ୍ସବ ଉପରେ କାଳବୈଶାଖୀ ମାଡ଼,ବ୍ୟବସାୟୀଙ୍କ ସାମଗ୍ରୀରେ ପାଣି ପଶି ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି
- ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
- କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ