ଫେବୃଆରୀ ୧୯ରୁ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ

ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚ ମାସରେ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଆୟୋଜନ କରିବ । ଭାରତ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଗସ୍ତ କରିବ ନାହିଁ ବୋଲି ପୂର୍ବରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶାହ କହି ସାରିଛନ୍ତି । ଏହା ମଧ୍ୟରେ ପାକିସ୍ତାନ କ୍ରିକେଟ ବୋର୍ଡ ଏହି ବିଶ୍ୱସ୍ତରୀୟ ଇଭେଣ୍ଟର ପ୍ରସ୍ତୁତିରେ ଲାଗି ପଡ଼ିଛି । ଏହା ମଧ୍ୟରେ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଶିଡ୍ୟୁଲ ପ୍ରସ୍ତୁତ କରି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)କୁ ପଠାଇ ଦେଇଛି । ତେବେ ଉକ୍ତ ଶିଡ୍ୟୁଲ ଆଇସିସି ଦ୍ୱାରା ମଞ୍ଜୁରୀ ପ୍ରାପ୍ତ ହେବା ପୂର୍ବରୁ ତାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।ଚାମ୍ପିୟନ୍ସ ଟ୍ରଫି ୨୦୨୫ର ସଫଳ ଆୟୋଜନ ନେଇ ପାକିସ୍ତାନ ପ୍ରସ୍ତୁତି ଆରମ୍ଭ କରିଦେବା ସହିତ ଏହି ଟୁର୍ଣ୍ଣାମେଣ୍ଟର ଶିଡ୍ୟୁଲ ଆଇସିସିକୁ ପଠାଇଛି । ତେବେ ଉକ୍ତ ଶିଡ୍ୟୁଲ ଆଇସିସିର ମଞ୍ଜୁରୀ ପ୍ରାପ୍ତ ହେବା ପୂର୍ବରୁ ତାହା ଭାଇରାଲ ହୋଇଯାଇଛି । ବ୍ରିଟେର ଏକ ଗଣମାଧ୍ୟମରେ ଏହି ଶିଡ୍ୟୁଲ ଛପା ଯାଇଛି । ଉକ୍ତ ତଥ୍ୟ ମୁତାବକ, ଚାମ୍ପିୟନ୍ସ ଟ୍ରଫି ୨୦୨୫ ଫେବୃଆରୀ ୧୯ ତାରିଖରୁ କରାଚୀରେ ଆରମ୍ଭ ହେବ ।