ପ୍ୟାରିସ ପାରାଅଲିମ୍ପିକ୍ସରେ ଭାରତ ଜିତିଛି ଚତୁର୍ଥ ପଦକ 

ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ପ୍ୟାରାଅଲିମ୍ପିକ୍ସର ୧୭ତମ ସଂସ୍କରଣ ଅଗଷ୍ଟ ୨୮ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୮ରେ ସମାପ୍ତ ହେବ । ମୋଟ ୧୬୯ଟି ରାଷ୍ଟ୍ରର ୪,୪୦୦ ଜଣ କ୍ରୀଡ଼ାବିତ୍ ଏହି ଇଭେଣ୍ଟରେ ଅଂଶଗ୍ରହଣ କରୁଛନ୍ତି । ଚଳିତ ଥର ୮୪ ଜଣ ଭାରତୀୟ ପ୍ରତିଯୋଗୀ ୧୨ଟି କ୍ରୀଡ଼ା ବିଭାଗରେ ନିଜର ଦକ୍ଷତା ପ୍ରଦର୍ଶନ କରିବେ । ମୋଟ ୩୨ ଜଣ ଭାରତୀୟ ମହିଳା ଖେଳାଳି ଏଥିରେ ଅଂଶଗ୍ରହଣ କରୁଛନ୍ତି । ୮୪ ଜଣଙ୍କ ମଧ୍ୟରୁ ୫୦ ଜଣ ଆଥଲେଟିକ୍ସ ଟପ୍ସ (ଟାର୍ଗେଟ ଅଲିମ୍ପିକ୍ସ ପୋଡିୟମ ସ୍କିମ)ର କୋର ତାଲିକାରେ ସାମିଲ ହୋଇଥିବାରୁ ଭାରତ ଏଥର ଅଧିକ ପଦକ ଜିତିବ ବୋଲି ଆଶା କରାଯାଉଛି ।ପୂର୍ବରୁ ଭାରତ ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂରେ ଦୁଇଟି ପଦକ ଜିତିଥିବା ବେଳେ ୧୦୦ ମିଟର ଟି୩୫ ରେସରେ ଭାରତୀୟ ଧାବିକା ପ୍ରୀତି ପାଲ ନିଜର ପ୍ରଥମ ପାରାଅଲିମ୍ପିକ୍ସ ପଦକ ଭାବେ ବ୍ରୋଞ୍ଜ ଜିତଥିଲେ । ତେବେ ଏହା ମଧ୍ୟରେ ଭାରତୀୟ କ୍ରୀଡ଼ାବିତ୍ ମନୀଷ ନରୱାଲ ପୁରୁଷ ୧୦ ମିଟର ଏୟାର ପିସ୍ତଲ ଏସଏଚ୧ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି । ମାତ୍ର ୨.୫ ଅଙ୍କ ବ୍ୟବଧାନ କାରଣରୁ ମନୀଷ ସ୍ୱର୍ଣ୍ଣ ପଦକ ଜିତିବାରୁ ବଞ୍ଚିତ ହୋଇଥିଲେ ।