ପ୍ୟାରିସ୍‌ ଅଲିମ୍ପିକ୍‌ସ

ଆଜି ୧୨ କ୍ରୀଡ଼ାରେ ଭାରତୀୟ ପ୍ରତିଯୋଗୀ

ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ୨ଟି କାଂସ୍ୟ ପଦକ ମିଳିଛି। ଆହୁରି ଏକାଧିକ କ୍ରୀଡ଼ାରେ ଭାରତର ପଦକ ଆଶା ବଳବତ୍ତର ରହିଛି। ଭାରତର ଅଲିମ୍ପିକ୍ସ ଅଭିଯାନରେ ଗୁରୁବାର ଭାରତୀୟ ପ୍ରତିଯୋଗୀମାନେ ଏକାଧିକ କ୍ରୀଡ଼ାରେ ଅଂଶଗ୍ରହଣ କରିବେ। 

ପୂର୍ବାହ୍ନ ୧୧ଟା : ପୁରୁଷ ୨୦ କିମି ଚାଲି ଫାଇନାଲ- ଅକ୍ଷଦୀପ୍‌ ସିଂହ, ବିକାଶ ସିଂହ ଓ ପରମଜିତ ସିଂହ ବିସ୍ତ୍‌

ମଧ୍ୟାହ୍ନ ୧୨ଟାରୁ : ପୁରୁଷ ବ୍ୟାଡ୍‌ମିଣ୍ଟନ ସିଙ୍ଗଲ୍‌ସ ପ୍ରିକ୍ବାର୍ଟରଫାଇନାଲ

ଅପରାହ୍ଣ ୧୨.୩୦ : ଗଲ୍‌ଫ ପୁରୁଷ- ଗଗନଜିତ ଭୁଲର୍‌, ଶୁଭଙ୍କର ଶର୍ମା

ଅପରାହ୍ଣ ୧୨.୫୦ : ମହିଳା ୨୦ କିମି ଚାଲି ଫାଇନାଲ- ପ୍ରିୟଙ୍କା ଗୋସ୍ବାମୀ

ଅପରାହ୍ଣ ୧.୦୦ : ରାଇଫଲ ୩ ପୋଜିସନ୍ ଫାଇନାଲ- ସ୍ବପ୍ନିଲ କୁଶାଲେ

ଅପରାହ୍ଣ ୧.୩୦ : ପୁରୁଷ ହକି: ଭାରତ ବନାମ ବେଲ୍‌ଜିୟମ୍‌

ଅପରାହ୍ଣ ୨.୩୦ : ମହିଳା ବକ୍ସିଂ ୫୦ କେଜି ପ୍ରିକ୍ବାର୍ଟର: ନିଖତ୍ ଜରିନ୍‌