ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଛି ଦିଲ୍ଲୀ ଯିବେନି ଚିକିତ୍ସା ପାଇଁ

ଡେରାଡୁନ: ଦିଲ୍ଲୀ ଚିକିତ୍ସା ହେବା ପାଇଁ ଯିବେ ନାହିଁ ପନ୍ତ । ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ହେଉଥିବା ମେଡିକାଲ ପକ୍ଷରୁ କୁହାଯାଇଛି । ବିସିସିଆଇ ମଧ୍ୟ ପନ୍ତଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଯୋଗାଯୋଗରେ ଅଛନ୍ତି ।  କାର୍‌ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଡେରାଡୁନ୍‌ସ୍ଥିତ ମାକ୍ସ ହସ୍ପିଟାଲରେ ଚିକତ୍ସିତ ହେଉଥିବା ପନ୍ତଙ୍କୁ ବିଶିଷ୍ଟ ଡାକ୍ତରମାନଙ୍କ ପରାମର୍ଶରେ ଚିକିତ୍ସା କରାଯାଉଛି। ହସ୍‌ପିଟାଲ୍‌ ପକ୍ଷରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାର ଉନ୍ନତି ହୋଇଥିବା କୁହାଯାଉଛି ।