ନେପାଳକୁ ୧୦ ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ
ଏସିଆ କପ୍ ଟପ୍ ଫୋରରେ ଭାରତ । ନେପାଳକୁ ୧୦ ଓ୍ବିକେଟରେ ହରାଇଛି ଟିମ୍ ଇଣ୍ଡିଆ । କ୍ୟାପଟେନ ରୋହିତ ଶର୍ମା ଓ ଗିଲଙ୍କ ଅର୍ଦ୍ଧଶତକ ହାସଲ କରିଛନ୍ତି । ରୋହିତ ୭୪ ରନ କରିଥିବାବେଳେ ଗିଲ କରିଛନ୍ତି ୬୭ ରନ । ବର୍ଷାବାଧାପ୍ରାପ୍ତ ମ୍ୟାଚ୍ରେ ନେପାଳକୁ ସହଜରେ ହରାଇ ଭାରତ ଏସିଆ କପ୍ରେ ଗ୍ରୁପ୍ ଏ’ରୁ ଦ୍ବିତୀୟ ଦଳ ଭାବେ ସୁପର ୪ରେ ପ୍ରବେଶ କରିଛି। ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍ରୁ ଭାରତ ୧ ପଏଣ୍ଟ ପାଇଥିଲା ବେଳେ ନେପାଳ ବିପକ୍ଷ ବିଜୟରୁ ମିଳିଥିବା ୨ ପଏଣ୍ଟ ଭାରତକୁ ସୁପର ୪ରେ ପହଞ୍ଚାଇଛି। ଈଶାନ କିଶନ, ଶ୍ରେୟସ ଆୟର ଓ ବିରାଟ କୋହଲି ସହଜ କ୍ୟାଚ୍କୁ ହାତଛଡ଼ା କରିବା ପ୍ରଥମାର୍ଦ୍ଧର ଚର୍ଚ୍ଚିତ ବିଷୟ ଥିଲା। ମ୍ୟାଚ୍ରେ ନେପାଳ ପକ୍ଷରୁ ଧାର୍ଯ୍ୟ ୨୩୧ ରନ୍କୁ ପିଛା କରି ରୋହିତ ରକ୍ଷଣାତ୍ମକ ଆରମ୍ଭ କରିଥିଲେ ମଧ୍ୟ ଗିଲ୍ ଆକ୍ରମଣାତ୍ମକ ଖେଳିଥିଲେ। ୨.୧ ଓଭର ବେଳକୁ ଦଳ ୧୭ ରନ୍ରେ ପହଞ୍ଚିଥିବା ସମୟରେ ବର୍ଷା ଯୋଗୁଁ ଖେଳ ବନ୍ଦ ରହିଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ମ୍ୟାଚ୍ ବନ୍ଦ ରହିବା ପରେ ରାତି ୧୦ଟା ବେଳକୁ ପୁଣି ଥରେ ଆରମ୍ଭ ହୋଇଥିଲା। ଡିଏଲ୍ଏସ୍ ହିସାବ ଅନୁସାରେ ଭାରତ ସମ୍ମୁଖରେ ସଂଶୋଧିତ ଲକ୍ଷ୍ୟ ୨୩ ଓଭରରେ ୧୪୫ ରନ୍ ଧାର୍ଯ୍ୟ କରାଯାଇଥିଲା। ଟସ ଜିତି ପ୍ରଥମେ ବୋଲିଂ କରିଥିଲା ଟିମ୍ ଇଣ୍ଡିଆ । ୪୮.୨ ଓଭରରେ ସମସ୍ତ ଓ୍ବିକେଟ ହରାଇ ୨୩୦ ରନ କରିଥିଲା ନେପାଳ । ଓପନର ଆସିଫ ଶେଖ ୫୮ ରନ କରିଥିବାବେଳେ ଗୁଲଶନ ଝା ୨୩ ରନ କରିଥିଲେ ।
A clinical performance with the bat from #TeamIndia! 👌 👌
Captain Rohit Sharma & Shubman Gill scored cracking unbeaten fifties to seal India's 1⃣0⃣-wicket win (via DLS) over Nepal 🙌 🙌
Scorecard ▶️ https://t.co/i1KYESEMV1 #AsiaCup2023 | #INDvNEP pic.twitter.com/iOEwQQ26DW
— BCCI (@BCCI) September 4, 2023
ଭାରତ ପକ୍ଷରୁ ଜାଡେଜା ଓ ସିରାଜ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ଶାମି, ହାର୍ଦ୍ଦିକ ଓ ଶାର୍ଦ୍ଦୁଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ୨୩୧ ରନର ଟାର୍ଗେଟ ସହିତ ଭାରତ ପଡ଼ିଆକୁ ଓହ୍ଲାଇବା ପରେ ବର୍ଷା ବାଧା ଦେଇଥିଲେ । ଫଳରେ ଡିଏଲଏସ ନିୟମ ଅନୁସାରେ ଭାରତକୁ ୨୩ ଓଭରରେ ୧୪୫ ରନର ଟାର୍ଗେଟ ମିଳିଥିଲା । ୨୦ ଓଭର ଗୋଟିଏ ବଲରେ ମ୍ୟାଚକୁ ଜିତି ନେଇଥିଲା ଭାରତ ।
That's a solid 100-run partnership between #TeamIndia openers 👏👏
Live – https://t.co/FMAPg9dqRh… #INDvNEP pic.twitter.com/ZQlEWwOGPz
— BCCI (@BCCI) September 4, 2023