ଟ୍ରମ୍ପଙ୍କ ସହ ଗଲ୍ଫ ଖେଳୁଥିବାର ନଜର ଆସିଲେ କ୍ୟାପଟେନ କୁଲ୍
ଭାରତୀୟ କ୍ରିକେଟ୍ ଟିମ୍ ର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ ଯାହା ବି କଲେ ଶୀଘ୍ର ଚର୍ଚ୍ଚାକୁ ଆସିଯାଆନ୍ତି । ତାଙ୍କ ଫ୍ୟାନ୍ସମାନେ ଲଗାତର ଏହି କଥା ଉପରେ ନଜର ରଖିଥାନ୍ତି କି ଧୋନୀ କେଉଁଠାରେ ଅଛନ୍ତି ଓ କ’ଣ କରୁଛନ୍ତି ।
କ୍ୟାପଟେନ କୁଲ୍ ଆଇପିଏଲ୍ ୨୦୨୩ ରେ ବିଜୟ ପରେ ମୁମ୍ବାଇରେ ଏକ ସର୍ଜରୀ କରାଇଥିଲେ । ଏହାପରେ ସେ ରାଞ୍ଚିରେ ବିଶ୍ରାମ କରୁଥିଲେ । ଏହାରି ମଧ୍ୟରେ ସେ କେତେବେଳେ ୟୁଏସ୍ ଓପନ ମ୍ୟାଚ୍ ଦେଖିବାକୁ ପହଞ୍ଚି ଯାଇଛନ୍ତି ଯାହାର ଖବର କାହା ପାଖରେ ନ ଥିଲା । ଏବେ ଭାଇରାଲ୍ ହେଉଥିବା ଏକ ଭିଡିଓରେ ସେ ସ୍ପାନିଶ ଖେଳାଳୀ କାର୍ଲୋସ ଅଲକାରେଜ୍ଙ୍କ ମ୍ୟାଚ୍ ଦେଖୁଥିବାର ନଜର ଆସିଛନ୍ତି ।