ଟି-୨୦ରେ ବିଶ୍ୱରେକର୍ଡ

ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଟି-୨୦ରେ ଗୋଟିଏ ଓଭରରେ ମାତ୍ର ୩୬ ରନ ସ୍କୋର କରାଯାଇଥିଲା। ବର୍ତ୍ତମାନ ଏହି ସଂଖ୍ୟା ୩୯ ରନ୍‌ରେ ପହଞ୍ଚିଛି। ଅନ୍ତର୍ଜାତୀୟ ଟି-୨୦ରେ ଗୋଟିଏ ଓଭରରେ ୩୯ ରନ… ଏହା ‘ଅସମ୍ଭବ’ ଲାଗୁଛି, କିନ୍ତୁ ଏହା ‘ସମ୍ଭବ’ ହୋଇଗଲା। ଗୋଟିଏ ଓଭରରେ ୩୯ ରନ ସ୍କୋର କରି ଯୁବରାଜ ସିଂ, କିରନ ପୋଲାର୍ଡ, ନିକୋଲାସ ପୁରନ, ଦୀପେନ୍ଦ୍ର ସିଂ ଆରେ ଏବଂ ରୋହିତ ଶର୍ମା/ରିଙ୍କୁ ସିଂଙ୍କ ରେକର୍ଡ ଭାଙ୍ଗିଛି। ଏହି କୀର୍ତ୍ତିମାନ ସାମୋଆ ବ୍ୟାଟ୍ସମ୍ୟାନ ଡାରିୟସ ଭିସେରଙ୍କ ଦ୍ୱାରା କରାଯାଇଥିଲା
ପୁରୁଷ ଟି-୨୦ ବିଶ୍ୱକପ ଉପ-କ୍ଷେତ୍ରୀୟ ପୂର୍ବ ଏସିଆ-ପାସିଫିକ କ୍ୱାଲିଫାୟର୍‌ ଏ ୨୦୨୪ରେ ଏହି ସଫଳତା ଘଟିଛି। ସାମୋଆ ବ୍ୟାଟ୍ସମ୍ୟାନ ଡାରିୟସ ଭିସର୍‌ ଏକ ଓଭରରେ ୬ଟି ଛକା ସହ ମୋଟ ୩୯ ରନ ସଂଗ୍ରହ କରିଥିଲେ। ଡାରିୟସ ଭିସର୍‌ ଇନିଂସର ୧୫ତମ ଓଭରରେ ୩୯ ରନ ସ୍କୋର କରିବାରେ ସଫଳ ହୋଇଥିଲେ। ଡାରିୟସ ମୋଟ ୬ଟି ଛକା ମାରିଥିବା ବେଳେ ବାକି ନୋ ବଲ୍‌ରେ ଆସିଥିଲା।
ଓଭରର ପ୍ରଥମ ତିନୋଟି ବଲରେ ଡାରିୟସ ଭିସର୍‌ ଭାନୁଟୁଙ୍କ ନିପିକୋରୁ କ୍ରମାଗତ ତିନିଟି ଛକା ମାରିଥିଲେ। ତା’ପରେ ଚତୁର୍ଥ ବଲଟି ନୋ ବଲ ହୋଇଥିଲା, ଫଳସ୍ବରୂପ ୧ ରନ ହୋଇଥିଲା। ତା’ପରେ ପରବର୍ତ୍ତୀ ବଲରେ ଡାରିୟସ ଆଉ ଏକ ଛକା ମାରିଥିଲେ। ତା’ପରେ ଓଭରର ପଞ୍ଚମ ବଲ ଏକ ଡଟ୍‌ ଥିଲା। ଏହା ପରେ ଷଷ୍ଠ ବଲ ନୋ ଥିଲା, ଯେଉଁଥିରେ ଗୋଟିଏ ରନ ଆସିଥିଲା। ପରବର୍ତ୍ତୀ ବଲଟି ପୁନର୍ବାର ନୋ ଥିଲା, ଯେଉଁଥିରେ ଗୋଟିଏ ଛକା ମାରିଥିଲେ ଏବଂ ପରେ ଶେଷ ଫ୍ରି ହିଟ ବଲରେ ଛକା ହୋଇଥିଲା। ଏହିପରି, ଗୋଟିଏ ଓଭରରେ ୩୯ରନ ସ୍କୋର କରିବା ଆଶ୍ଚର୍ଯ୍ୟଜନକ ଥିଲା।
ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ସାମୋଆ ଦଳ ୨୦ ଓଭରରେ ୧୭୪ ରନ ସଂଗ୍ରହ କରିଥିଲା।