ଟି-୨୦ରେ କମାଲ କରିବ ଭାରତୀୟ ବୋଲର
ଭାରତର ଲକ୍ଷ୍ୟ ଟି-୨୦ ବିଶ୍ବକପ ଉପରେ । ଭାରତର ବୋଲିଂ ପୂର୍ବ ଅପେକ୍ଷା ଏବେ ଶକ୍ତିଶାଳି ହୋଇଥିବାବେଳେ ନିକଟରେ ଯାଇଥିବା ଦିନିକଆ ବିଶ୍ବକପରେ ମଧ୍ୟ ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ତେବେ ୨୦୨୪ରେ ଟି-୨୦ ବିଶ୍ବକପ ଅନୁଷ୍ଠିତ ହେବାକୁ ଥିବାବେଳେ ୪ ବୋଲରଙ୍କ ଉପରେ ନଜର ରହିବ । ଭାରତ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବାବେଳେ ବୁଧବାର ଦ୍ବିତୀୟ ଟେଷ୍ଟ ମ୍ୟାଚ ଖେଳିବ । ଏହାପରେ ଆଫଗାନିସ୍ତନ ବିପକ୍ଷରେ ଟି-୨୦ ସିରିଜ ଖେଳିବ । ଯଦିଓ ଏହି ଟେଷ୍ଟ ସିରିଜରେ ଏହି ୪ ବୋଲର ଖେଳୁନାହାନ୍ତି ତଥାପି ଏମାନଙ୍କ ଉପରେ ୨୦୨୪ରେ ଭାରତ ନିର୍ଭର କରିବ ନିଶ୍ଚୟ ।ଜଶପ୍ରିତ ବୁମରା: ଭାରତୀୟ କ୍ରିକେଟ ଦଳର ଦୃତ ବୋଲର ଜଶପ୍ରିତ ବୁମରା । ବୋଲିଂରେ ମୁଖ୍ୟ ଅସ୍ତ୍ର ପାଲଟିଥିବା ବୁମରା ବିଶ୍ବକପ ଫାଇନାଲରେ ଦମଦାର ବୋଲିଂ କରିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ମଧ୍ୟ ଘାତକ ବୋଲିଂ କରି ପ୍ରଥମ ପାଳିରେ ୫ ଓ୍ବିକେଟ ଅକ୍ତିଆର କରିଥିଲେ । ଏଣୁ ୨୦୨୪ ଟି-୨୦ ବିଶ୍ବକପରେ ଭାରତ ତାଙ୍କ ଉପରେ ଭଡ଼ ଆଶା ରଖିବ ।