ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟ୍ ଦୁଇ ଦଳଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି। କାରଣ ଭାରତ ଏବେ ୨-୧ରେ ଶୃଙ୍ଖଳାରେ ଆଗୁଆ ଥିବା ବେଳେ ରାଞ୍ଚିରେ ଜିତିଲେ ଶୃଙ୍ଖଳା କବ୍ଜା କରିନେବ। ତେଣୁ ଶୃଙ୍ଖଳାରେ ଜୀବିତ ରହିବାକୁ ହେଲେ ଇଂଲଣ୍ଡକୁ ଏହି ମ୍ୟାଚ୍ ଜିତିବା କିମ୍ବା ଅମୀମାଂସିତ ରଖିବା ଆବଶ୍ୟକ ହୋଇପଡ଼ିଛି। କିନ୍ତୁ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍ରାଙ୍କ ଅନୁପସ୍ଥିତି ଭାରତୀୟ ଦଳ ପାଇଁ ବଡ଼ ଆହ୍ବାନ ହେବ। ଭାରତର ବିଜୟଗୁଡ଼ିକରେ ବୁମ୍ରାଙ୍କ ବଡ଼ ଯୋଗଦାନ ରହୁଥିଲା। ତେଣୁ ରାଞ୍ଚିରେ ତାଙ୍କ ଅନୁପସ୍ଥିତି ଅନୁଭବ ହେବା ସ୍ବାଭାବିକ। ଏହାସତ୍ତ୍ବେ ଭାରତୀୟ ଦଳ ପରିସ୍ଥିତିରେ ସୁହାଇଯିବାକୁ ପ୍ରସ୍ତୁତ ହୋଇଛି। ରୋହିତ ଶର୍ମାଙ୍କ ନେତୃତ୍ବରେ ଯୁବ ପ୍ରତିଭା ଯଶସ୍ବୀ ଜୟସ୍ବାଲ, ସର୍ଫରାଜ ଖାନ୍, ଶୁବମନ ଗିଲ୍ ଶୀର୍ଷକ୍ରମରେ ଦଳକୁ ଶକ୍ତି ଯୋଗାଇବେ। ତଥାପି ବୁମ୍ରାଙ୍କ ସ୍ଥାନ ନେବାକୁ ବେଙ୍ଗଲ୍ର ମୁକେଶ କୁମାର ଓ ଆକାଶ ଦୀପ୍ଙ୍କୁ ମଧ୍ୟ ପରୀକ୍ଷା ଦେବାକୁ ପଡ଼ିବ। ରଣଜୀ ଟ୍ରଫିରେ ୧୦ ୱିକେଟ୍ ସଫଳତା ପାଇଥିବା ମୁକେଶ କେବଳ ଜଣେ ଅଭିଜ୍ଞ ବୋଲର ନୁହନ୍ତି ବରଂ ବୁମ୍ରାଙ୍କ ସହ ବିଶାଖାପାଟଣା ଟେଷ୍ଟ୍ରେ ମଧ୍ୟ ସାଥୀ ବୋଲର୍ ଥିଲେ। ତେଣୁ ତାଙ୍କୁ ରାଞ୍ଚିରେ ସୁଯୋଗ ମିଳିବା ସମ୍ଭାବନା ରହୁଛି।
Trending
- ରାଜ୍ୟ କ୍ୟାବିନେଟରେ ୧୩ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର
- ସ୍କୁଲକୁ ବୋମା ଧମକ
- ବିଜେଡି ପକ୍ଷରୁ ଲୋକସେବା ଭବନ ଘେରାଉ ଉଦ୍ୟମ , ପୁଲିସ କର୍ମୀ ଧସ୍ତାଧସ୍ତି
- ବିଜେଡ଼ି ପକ୍ଷରୁ ବାଲେଶ୍ବର ବନ୍ଦ ଡ଼ାକରା ,ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବନ୍ଦ
- ଏହା ଆତ୍ମହତ୍ୟା ନୁହେଁ , ଏହା ବିଜେପିର ବ୍ୟବସ୍ଥା ଦ୍ଵାରା ସଂଗଠିତ ହୋଇଥିବା ହତ୍ୟା – ରାହୁଲ ଗାନ୍ଧୀ
- ମୃତ ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ଲକ୍ଷର ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ଆଜି ପୃଥୀବି ପୃଷ୍ଠକୁ ଫେରିବେ ଶୁଭାଂଶୁ ଶୁକ୍ଳା
- ପୈତୃକ ଗାଁ ପଳାସିଆରେ ପହଞ୍ଚିଲା ମୃତ ସୌମ୍ୟାଶ୍ରୀଙ୍କ ମରଶରୀର
- ବାଲେଶ୍ୱର ଏଫଏମ୍ କଲେଜ ନିଲମ୍ବିତ ପ୍ରିନ୍ସିପାଲ ଦିଲୀପ ଘୋଷ ଗିରଫ
- ଆଜିଠୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
Next Post