ଜିତିବା ପାଇଁ ୭୬ ରନର ପିଛା କରିବ ଅଷ୍ଟ୍ରେଲିଆ,ଆଇସିସି ଟେଷ୍ଟ ମାନ୍ୟତାରେ ଅଶ୍ବିନ ୧ନଂ ବୋଲର

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ତୃତୀୟ  ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା କଙ୍ଗାରୁ ଟିମ୍ ଖୁବ୍ ମଜଭୁତ ସ୍ଥିତିରେ ରହିଛି । ଆସନ୍ତାକାଲି ତୃତୀୟ ଦିନରେ ଅଷ୍ଟ୍ରେଲିଆ ଯଦି ୭୬ ରନ୍ ହାସଲ କରିନେବ ତେବେ ମ୍ୟାଚ୍ ନିଜ ନାଁରେ କରିବାରେ ସଫଳ ହେବ ।
ଅଷ୍ଟ୍ରେଲିଆ ଟିମ ପ୍ରଥମ ପାଳିରେ ୧୯୭ ରନରେ ଅଲଆଉଟ ହୋଇ ୮୮ ରନରେ ଆଗୁଆ ଥିଲା । ଅନ୍ୟପଟେ ଭାରତୀୟ ଟିମ୍ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରି ୧୬୩ ରନରେ ଅଲଆଉଟ ହୋଇଥିବାବେଳେ ଚେତେଶ୍ୱର ପୂଜାରା ସର୍ବାଧିକ ୫୯ ରନ୍ କରିଥିଲେ ।
ସେହିପରି ଆଜି ଅଷ୍ଟ୍ରେଲୀୟ ଟିମର ଜବରଦସ୍ତ ବୋଲିଂ ଦେଖିବାକୁ ମିଳିଥିଲା । ନେଥନ ଲିୟୋନ ୬୪ ରନ୍ ଦେଇ ୮ ୱିକେଟ ନିଜ ନାମରେ କରିଥିଲା ।
ଭାରତୀୟ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଇଂଲଣ୍ଡର ଦ୍ରୁତ ବୋଲର ଜେମ୍‌ସ ଆଣ୍ଡରସନଙ୍କୁ ପଛରେ ପକାଇ ଆଇସିସି ଟେଷ୍ଟ ବୋଲିଂ ମାନ୍ୟତାର ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଅଷ୍ଟ୍ରେଲିଆ ବିପକ୍ଷ ଦିଲ୍ଲୀ ଟେଷ୍ଟରେ ଅଶ୍ବିନ ୬ଟି ୱିକେଟ ନେଇ ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ପ୍ରଦର୍ଶନ ଯୋଗୁ ଅଶ୍ବିନ ଟେଷ୍ଟରେ ବୋଲିଂ ମାନ୍ୟତାର ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟରେ ଇଂଲଣ୍ଡ ୧ ରନରେ ପରାଜିତ ହୋଇଥିଲା। ଆଣ୍ଡରସନ ସେଭଳି ପ୍ରଦର୍ଶନ କରିପାରିନଥିବାରୁ ବୋଲିଂ ମାନ୍ୟତାର ଦ୍ବିତୀୟ ସ୍ଥାନକୁ ଖସି ଆସିଛନ୍ତି