ଚେନ୍ନାଇ ପୁଣି ହାରିଲା

ଚେନ୍ନାଇ ମଙ୍ଗଳବାର ରାଜସ୍ଥାନ ରୟାଲ୍‌ସଠାରୁ ୬ ୱିକେଟ୍‌ରେ  ପରାଜୟ ବରଣ କରିଛି। ପ୍ଲେ ଅଫ୍ ଆଶା ହରାଇ ସାରିଥିବା ରାଜସ୍ଥାନ କିନ୍ତୁ ନିଜ ଶେଷ ଲିଗ୍‌ ମ୍ୟାଚ୍‌ରେ ବିଜୟୀ ହୋଇ କିଛିଟା ସମ୍ମାନ ସାଉଣ୍ଟିଛି। ଚର୍ତୁଦଶ ମ୍ୟାଚ୍‌ରୁ ରାଜସ୍ଥାନ ଆଜି ଚତୁର୍ଥ ବିଜୟ ପାଇଛି।

ଚେନ୍ନାଇ ମଙ୍ଗଳବାର ୧୮୮ ରନ୍‌ର ଲକ୍ଷ୍ୟ ଦେଇଥିଲା। ରାଜସ୍ଥାନ ଏହାକୁ ନିଜ ୧୪ ବର୍ଷୀୟ ଓପନର୍ ବୈଭବ ସୂର୍ଯ୍ୟବଂଶୀଙ୍କ ଅର୍ଦ୍ଧଶତକ ବଳରେ ମାତ୍ର ୪ ୱିକେଟ୍ ବିନିମୟରେ ହାସଲ କରି ‌ନେଇଥିଲା। ପୂର୍ବରୁ ରାଜସ୍ଥାନ ଟସ୍ ଜିତି ଚେନ୍ନାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ୧୨ ରନ୍‌ ଭିତରେ ଦୁଇଟି ଝଟ୍‌କା ଦେଇ ଏହି ନିଷ୍ପତ୍ତିର ଯଥାର୍ଥ ସମ୍ମାନ ରଖିଥିଲେ ଏହାର ବୋଲର୍‌।

ଚେନ୍ନାଇର ୧୭ବର୍ଷୀୟ ଓପନର୍ ଆୟୁଷ ମହାତ୍ରେ ଲଢ଼ିଥିଲେ। ହେଲେ ଅର୍ଦ୍ଧଶତକର ୭ ରନ୍ ପୂର୍ବରୁ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ପରେ ଡିୱାଲ୍‌ଡ ବ୍ରେଭିସ୍ ଓ ଇମ୍ପାକ୍ଟ୍ ପ୍ଲେୟର ଶିବମ ଦୁବେଙ୍କ ମଧ୍ୟରେ ‌ହୋଇଥିବା ୫୯ ରନ୍‌ର ଭାଗୀଦାରି ପାଇଁ ଚେନ୍ନାଇ ୮ ୱିକେଟ୍‌ ବିନିମୟରେ ୧୮୭ ରନ୍‌ କରିଥିଲା।

Leave a comment