ଚେନ୍ନାଇର ଟେନସନ୍

ଚେନ୍ନାଇର ମଇଦାନରେ ହାଇଦ୍ରାବାଦକୁ ୭୮ ରନରେ ମାତ୍ ଦେଇଛି ସିଏସକେ । ଏହି ବିଜୟ ସହିତ ପୁଣିଥରେ ଚେନ୍ନାଇ ପଏଣ୍ଟ ଟେବୁଲରେ ଟପ୍-୪ରେ ଏଣ୍ଟ୍ରି କରିଛି । ତେବେ ଏହି ମ୍ୟାଚରେ ଆଉ ଏକ ୟେଲୋ ଆର୍ମି ପାଇଁ ଆଉ ଏକ ସମସ୍ୟା ମୁଣ୍ଡ ଟେକିଛି । ଦଳର ଅଧିନାୟକ ଋତୁରାଜ ଗାଏକ୍ୱାଡ ମ୍ୟାଚରେ ଆହତ ହୋଇଥିବା ବେଳେ ଚ୍ନୋଇ ପାଇଁ ଏହା ମୁଣ୍ଡବିନ୍ଧା ପାଲଟିଛି । ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଫିଲ୍ଡିଂ କରିବା ବେଳେ ଆହତ ହୋଇଛନ୍ତି ଅଧିନାୟକ ଋତୁରାଜ ।ସୂଚନା ଅନୁସାରେ, ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୨୧୨ ରନ୍ କରିଥିଲା । ଏହି ମ୍ୟାଚରେ ଦଳର ଅଧିନାୟକ ଋତୁରାଜ ୯୮ ରନର ଦମଦାର ଇନିଂସ ଖେଳିଛନ୍ତି । ତେବେ ହାଇଦ୍ରାବାଦକୁ ମାତ୍ର ୧୩୪ ରନରେ ଅଲଆଉଟ କରି ଏହି ମ୍ୟାଚ ଉପରେ କବଜା କରିଛି ଚେନ୍ନାଇ । କିନ୍ତୁ ଦ୍ୱିତୀୟ ଇନିଂସରେ ଫିଲ୍ଡିଂ ସମୟରେ ଚେନ୍ନାଇ ପାଇଁ ବଢିଯାଇଛି ଚିନ୍ତା । ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କ ଆଙ୍ଗୁଠିରେ ଆହତ ଲାଗିଥିବା ଦେଖାଯାଇଛି । ଫିଲ୍ଡିଂ ସମୟରେ ଦଳର ୧୫ତମ ଓଭରର ଚତୁର୍ଥ ବଲରେ ଋତୁରାଜଙ୍କ ଆଙ୍ଗୁଠିରେ ଆଘାତ ଲାଗିଛି । ଏହାର ଚିକିତ୍ସା ପାଇଁ ଟିମ୍ ଫିଜିଓ ମଧ୍ୟ ମଇଦାନକୁ ଆସିଥିଲେ । ତେବେ ଏହାପରେ ଋତୁରାଜଙ୍କ ଆଘାତକୁ ନେଇ କୌଣସି ବଡ଼ ଅପଡେଟ ମିଳିନାହିଁ । ତେବେ ଆଘାତ ଅଦିକ ଗୁୁରତର ହୋଇଥିଳେ ସେ ପରବର୍ତ୍ତୀ ମ୍ୟାଚରେ ଦଳରୁ ବାଦ୍ ପଡ଼ିପାରନ୍ତି ବୋଲି ମଧ୍ୟ ଆଶଙ୍କା କରାଯାଉଛି ।