ଚେନ୍ନାଇକୁ ଆଇପିଏଲ୍ ଟ୍ରଫି
ଚେନ୍ନାଇ ୫ ୱିକେଟ୍ରେ ଗତଥରର ବିଜେତା ଗୁଜରାଟ ଟାଇଟନ୍ସକୁ ଶେଷ ବଲ୍ରେ ପରାସ୍ତ କରି ଟ୍ରଫି ହାସଲ କରିଛି। ବର୍ଷା ବାଧାପ୍ରାପ୍ତ ଚେନ୍ନାଇ ପାଇଁ ଲକ୍ଷ୍ୟ ୧୫ ଓଭରରେ ୧୭୧ ରନ୍ ଥିଲା, ଶେଷରେ ଏହି ଲକ୍ଷ୍ୟ ହାସଲ କରି ଚେନ୍ନାଇ ଆଇପିଏଲ ଚାମ୍ପିଆନ ହୋଇଛି ।
ଋତୁରାଜ ଗାଏକ୍ବାଡ ଓ ଡେଭନ କନୱେ ଆକ୍ରମଣାତ୍ମକ ଖେଳି ପାୱାରପ୍ଲେ ୪ ଓଭରରୁ ୫୨ ରନ୍ ବାହାର କରିଥିଲେ । ସପ୍ତମ ଓଭରର ତୃତୀୟ ବଲ୍ରେ ଗାଏକ୍ବାଡ (୧୬ ବଲରୁ ୨୬ ରନ୍) ଓ ଶେଷ ବଲ୍ରେ କନୱେ (୨୫ ବଲରୁ ୪୭ ରନ୍) ଙ୍କୁ ନୂର ଆଉଟ୍ କରିଥିଲେ। ରାହାଣେ ୨୭ ରନ କରି ଆଉଟ ହୋଇଥିଲେ । ଶିବମ ଦୁବେ ୨୧ ବଲରୁ ୩୨ରନ୍ ଓ ରବୀନ୍ଦ୍ର ଜାଦେଜା ୬ ବଲରୁ ୧୫ ରନ୍ କରି ଶେଷ ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖି ଦଳକୁ ଜିତାଇଥିଲେ।
𝗗𝗢 𝗡𝗢𝗧 𝗠𝗜𝗦𝗦!
Two shots of excellence and composure!
Finishing in style, the Ravindra Jadeja way 🙌#TATAIPL | #Final | #CSKvGT pic.twitter.com/EbJPBGGGFu
— IndianPremierLeague (@IPL) May 29, 2023
ଶେଷ ଓଭରରେ ଜିତିବାକୁ ୧୩ ରନ୍ ଆବଶ୍ୟକତା ହେଉଥିଲା ବେଳେ ପଞ୍ଚମ ବଲ୍ରେ ଛକା ଓ ଶେଷ ବଲ୍ରେ ଚୌକା ମାରି ଜାଦେଜା ଚେନ୍ନାଇକୁ ପଞ୍ଚମ ଟ୍ରଫି ଜିତାଇଥିଲେ।
𝙄𝘾𝙊𝙉𝙄𝘾!
A round of applause for the victorious MS Dhoni-led Chennai Super Kings 👏🏻👏🏻#TATAIPL | #Final | #CSKvGT pic.twitter.com/kzi9cGDIcW
— IndianPremierLeague (@IPL) May 29, 2023
ପ୍ରଥମେ ବ୍ୟାଟିଂ କରି ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୨୧୪ରନ କରିଥିଲା । ଦଳ ପକ୍ଷରୁ ଦୁଇ ଓପନର ଶୁଭମନ ଗିଲ୍ ଓ ଋଦ୍ଧିମାନ ଶାହା ଭଲ ଆରମ୍ଭ କରିଥିଲେ । ଗିଲ୍ ୩୯ରନ ଓ ଶାହା ୫୪ରନ କରିଥିଲେ । ତେବେ ଗିଲ୍ ଆଉଟ୍ ହେବା ପରେ ଆସିଥିବା ସାଇ ସୁଦର୍ଶନ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ମାତ୍ର ୪୭ଟି ବଲରୁ ୯୬ରନ କରିଥିଲେ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୨୧ରନ କରିଥିଲେ ।
A fairytale ending 😇
Congratulations to #TATAIPL 2023 Champion Ambati Rayudu on a remarkable IPL career 👏🏻👏🏻#TATAIPL | #Final | #CSKvGT | @RayuduAmbati pic.twitter.com/4U7N3dQdpw
— IndianPremierLeague (@IPL) May 29, 2023