ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିଛି । ଜଣଙ୍କ ପରେ ଜଣେ ଖେଳାଳି ଆହତ ହେବା ଏବେ ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ପାଲଟିଛି । ପୂର୍ବରୁ ଭାରତୀୟ ଟିମ୍ ପାଇଁ ଯେଉଁ ଡର ରହିଥିଲା ତାହା ଏବେ ସତ୍ୟ ପ୍ରମାଣିତ ହୋଇଛି । ଇଂଲଣ୍ଡ ବିପକ୍ଷ ସିରିଜରୁ ବାଦ୍ ପଡ଼ିଛନ୍ତି ବିରାଟ କୋହଲି । ବ୍ୟକ୍ତିଗତ କାରଣରୁ ବିରାଟ ପ୍ରଥମ ଦୁଇଟି ମ୍ୟାଚ ଖେଳିନଥିବା ବେଳେ ଏବେ ସେ ପରବର୍ତ୍ତୀ ୩ଟି ମ୍ୟାଚରେ ଖେଳିବେ ନାହିଁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆ)କୁ ସୂଚନା ଦେଇଥିବା ଜଣାପଡ଼ିଛି ।ଗତ ୯ ତାରିଖରେ ସିଲେକ୍ସନ କମିଟିର ଏକ ବୈଠକ ବସିଥିବା ବେଳେ ସେ ପରବର୍ତ୍ତୀ ୩ଟି ମ୍ୟାଚରେ ଖେଳିବେ ନାହିଁ ବୋଲି ବିରାଟ କହିଥିଲେ । ତେବେ ଆଗାମୀ ମ୍ୟାଚଗୁଡ଼ିକରେ ବିରାଟ ଖେଳିବେ ନାହିଁ ବୋଲି ସ୍ପଷ୍ଟ ହୋଇଯିବା ପରେ ଏବେ ବିସିସିଆଇ ନୂଆ ଖେଳାଳିଙ୍କ ସନ୍ଧାନ କରିବ । ଇଂଲଣ୍ଡ ବିପକ୍ଷ ସିରିଜ ଏବେ ୧-୧ରେ ବରାବର ରହିଥିବା ବେଳେ ଏହି ସିରିଜ୍ ଜିତିବା ପାଇଁ ଭାରତକୁ କଡ଼ା ସଂଘର୍ଷ କରିବାକୁ ପଡ଼ିବ ।ସୂଚନା ଯୋଗ୍ୟ ଯେ, ବ୍ୟକ୍ତିଗତ ସମସ୍ୟା କାରଣରୁ ପ୍ରଥମ ଦୁଇଟି ଟେଷ୍ଟରୁ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ ବାଦ୍ ପଡ଼ିଥିଲେ । ସେହିପରି ଆଘାତ ଜନିତ ସମସ୍ୟା କାରଣରୁ ଦ୍ୱିତୀୟ ଟେଷ୍ଟରେ ରବିନ୍ଦ୍ର ଜାଡ଼େଜା ଓ କେଏଲ ରାହୁଲ ଖେଳି ପାରିନଥିଲେ । ରାହୁଲ ଏବେ ଫିଟ ହୋଇ ପଡ଼ିଆକୁ ଫେରିବାକୁ ପ୍ରସ୍ତୁତ ହେଉଥିବା ବେଳେ ସାର୍ ଜାଡ଼େଜାଙ୍କ ସ୍ଥିତିକୁ ନେଇ କିଛି ସ୍ପଷ୍ଟ ହୋଇନାହିଁ ।
Trending
- କରାଚୀ ନିକଟସ୍ଥ ଆରବ ସାଗରରେ ନୌସେନା ୩୬ଟି ଯୁଦ୍ଧଜାହାଜ ସହିତ ପ୍ରସ୍ତୁତ ହୋଇଥିଲା, ଖାଲି ଅର୍ଡ଼ର ଅପେକ୍ଷା ଥିଲା ଭାରତୀୟ ନୌସେନା
- ମେ ୨୮ରେ ପ୍ରକାଶ ପାଇବ ବହୁଚର୍ଚ୍ଚିତ ପାର୍ସଲ୍ ବୋମା ବିସ୍ଫୋରଣ ମାମଲାର ରାୟ
- ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ବୈଠକ, ୬ଟି ପ୍ରସ୍ତାବକୁ ଅନୁମୋଦନ
- ମୟୁରଭଞ୍ଜବାସୀଙ୍କୁ ୪୨୦ କୋଟି ଭେଟି
- ପିଓକେ ଖାଲି କରୁ ପାକିସ୍ତାନ – ବୈଦେଶିକ ମନ୍ତ୍ରଣାଳୟ
- ଆଜି ଠାରୁ ମୁଖ୍ୟମନ୍ତ୍ରୀଙ୍କ ଦୁଇ ଦିନିଆ ମୟୁରଭଞ୍ଜ ଗ୍ରସ୍ତ
- ଚୀନ ଖୋଲାଖୋଲି ପାକିସ୍ତାନ ସପକ୍ଷରେ ଆସିଛି
- ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ,ସୀମାରେ ଗୁଳିବର୍ଷା କରୁଛି ପାକିସ୍ତାନ
- ବନ୍ଦ ହେଲା ଭାରତ-ପାକିସ୍ତାନ ଯୁଦ୍ଧ
- ପାକିସ୍ତାନ ସେନା ପକ୍ଷରୁ ଜମ୍ମୁ-କାଶ୍ମୀରର ରାଜୌରୀରେ ଗୁଳି ମାଡ – ଏଡିଡିସି ରାଜ କୁମାର ଥାପା ମୃତ
Prev Post
Next Post