ଗିଲଙ୍କ ଦ୍ବିଶତକ, ରୋମାଞ୍ଚକର ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୧୨ ରନରେ ହରାଇଲା ଭାରତ

 ୧୨ ରନରେ ନ୍ୟୁଜିଲାଣ୍ଡକୁ ହରାଇ ଜିତିଲା  ଭାରତ  । ରୋମାଂଚକର ମ୍ୟାଚରେ  ନ୍ୟୁଜିଲାଣ୍ଡକୁ ଶେଷ ଓଭରରେ  ପରାସ୍ତ କରିଛି ଭାରତ । ଭାରତ ପକ୍ଷରୁ ୩୫୦ ରନର ଟାର୍ଗେଟ ଥିଲା ନ୍ୟୁଜିଲାଣ୍ଡ ଆଗରେ ।  ୭ମ ସ୍ଥାନରେ ଆସିଥିବା ମାଇକେଲ ବ୍ରେସଓ୍ବେଲଙ୍କ ଲଢୁଆ ଇନିଂସ ମ୍ୟାଚକୁ ରୋମାଞ୍ଚକର ସ୍ଥିତିକୁ ନେଇ ଆସିଥିଲା ।

ସାଣ୍ଟନର ୫୭ ରନ କରି ଆଉଟ ହୋଇଥିଲେ ।  ବ୍ରେସଓ୍ବେଲ ଶତକ କରିଥିଲେ ।  ଶେଷ ଓଭରରେ ନ୍ୟୁଜିଲାଣ୍ଡ ଜିତିବାକୁ ୨୦ ରନ ଆବଶ୍ୟକ କରୁଥିବା ବେଳେ ଶାର୍ଦ୍ଦୁଲ ଠାକୁର ବୋଲିଂ ପାଇଁ ଆସି ଦ୍ବିତୀୟ ବଲରେ  ୟର୍କର ବଲରେ  ବିଫଳ ହୋଇ ଆଉଟ ହୋଇଥିଲେ ବ୍ରେସଓ୍ବେଲ । ସେ ୧୪୦ ରନ କରି ଆଉଟ ହୋଇଥିଲେ । ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ରୋହିତ ଶର୍ମା  ଭଲ ଆରମ୍ଭ କରିଥିଲେ ମଧ୍ୟ ଅର୍ଧଶତକ କରିପାରିନଥିଲେ ।   ରୋହିତ ଶର୍ମା ୩୪ ରନ କରି ଆଉଟ ହୋଇଥିଲେ ।  ଗିଲଙ୍କ ବିସ୍ଫୋରକ ବ୍ୟାଟିଂ ଜାରି ରଖି ଦ୍ବିଶତକ କରିଥିଲେ ।  ବିରାଟ  କୋହଲି, ଇଶାନ କିଷନ ଶସ୍ତାରେ ଆଉଟ ହୋଇଯାଇଥିଲେ । ସୂର୍ଯ୍ୟକୁମାର ମଧ୍ୟ ୩୧ରନ କରିଥିଲେ ।  ଶତକ ପୂରଣ କରିବା ପରେ ଗିଲ  ଆହୁରି ବିସ୍ଫୋରକ ବ୍ୟାଟିଂ କରି ୯ଟି ଛକା ଓ ୧୯ଟି ଚୌକା ସହ ୨୦୮ ରନ କରି ଆଉଟ ହୋଇଥିଲେ ।  ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ବିକେଟ ହରାଇ ୩୪୯ ରନ କରିଥିଲା । ଆଜିର ମ୍ୟାଚରେ ମହମ୍ମଦ ସିରାଜ ଚାରିଟି ଉଇକେଟ ନେଇଥିଲେ । କୂଳଦୀପ ଯାଦବ ଦୁଇଟି ଉଇକେଟ ନେଇଥିବା ବେଳେ ଶାର୍ଦୁଳ ଠାକୁର ଦୁଇଟି ଉଇକେଟ ନେଇଥିଲେ ।