ଋତୁରାଜ ଗାଏକ୍ବାଡଙ୍କ ୫୨ ବଲ୍ ଶତକକୁ ଫିକା ପକାଇଦେଲା ଗ୍ଲେନ୍ ମ୍ୟାକ୍ସୱେଲଙ୍କ ୪୭ ବଲ୍ ଶତକ। ତୃତୀୟ ଟ୍ବେଣ୍ଟି-୨୦ରେ ଭାରତକୁ ଶେଷ ବଲ୍ ଚୌକାରେ ହରାଇ ଅଷ୍ଟ୍ରେଲିଆ ଶୃଙ୍ଖଳାକୁ ଜୀବନ୍ତ କରିଛି। ଭାରତ ରଖିଥିବା ୨୨୩ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲେ ମଧ୍ୟ ରନ୍ ରେଟ୍କୁ ଆବଶ୍ୟକ ଅନୁସାରେ ଜାରି ରଖିଥିଲା। ଗ୍ଲେନ୍ ମ୍ୟାକ୍ସୱେଲ୍ (୪୮ ବଲ୍ରୁ ୧୦୪* ରନ୍) ଏବଂ ଅଧିନାୟକ ମାଥ୍ୟୁ ୱେଡ୍ (୧୬ ବଲ୍ରୁ ୨୮* ରନ୍) ଅତୁଟ ଷଷ୍ଠ ୱିକେଟ୍ ପାଇଁ ୪୦ ବଲ୍ରୁ ୯୧ ରନ୍ ଯୋଡ଼ି ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ। ଶେଷ ୨ ଓଭରରୁ ୪୩ ରନ୍ ଆବଶ୍ୟକ ପଡ଼ିଥିବାବେଳେ ଅକ୍ଷର ପଟେଲ୍ (୨୨ ରନ୍) ଏବଂ ପ୍ରସିଦ୍ଧ କୃଷ୍ଣ (୨୧ ରନ୍)ଙ୍କଠାରୁ ଏହି ବାମ-ଡାହାଣ ଯୋଡ଼ି ଅସମ୍ଭବକୁ ସମ୍ଭବ କରିଥିଲେ। ଶେଷ ଓଭରରେ ୨୧ ରନ୍ ପଶ୍ଚାତଧାବନ କରି ଜିତିବାରେ ଅଷ୍ଟ୍ରେଲିଆ ମଧ୍ୟ ରେକର୍ଡ କରିଛି। ମ୍ୟାକ୍ସୱେଲ୍ ସର୍ବାଧିକ ୪ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଶତକ ହାସଲ କରି ରୋହିତ ଶର୍ମାଙ୍କ ରେକର୍ଡର ସମକକ୍ଷ ମଧ୍ୟ ହୋଇଛନ୍ତି। ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ତାଙ୍କୁ ମିଳିଛି। ଚତୁର୍ଥ ମ୍ୟାଚ୍ ଶୁକ୍ରବାର ରାୟପୁରରେ ଖେଳାଯିବ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post