ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା କ୍ରୀଡ଼ାକୁ ପ୍ରଧାନ୍ୟ ଦେଇ ଆସିଛନ୍ତି । ବିଗତ ଦିନରେ ଓଡ଼ିଶାରେ ହକି ବିଶ୍ୱକପ ସଫଳତାର ସହ ଆୟୋଜନ ହେବା ସହିତ ବିଭିନ୍ନ କ୍ରୀଡ଼ାର ଏନ୍ତୁଡ଼ିଶାଳ ଭାବେ ରାଜ୍ୟ ଆଗକୁ ବଢ଼ିବାରେ ଲାଗିଛି । ଏଥିସହିତ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରୁଥିବା କ୍ରୀଡ଼ାବିତଙ୍କ ପାଇଁ ରାଜ୍ୟ ସରକାର ପ୍ରୋତ୍ସାହନ ରାଶି ଘୋଷଣା କରୁଛନ୍ତି । ତେବେ ଏହା ମଧ୍ୟରେ ରାଜ୍ୟର କ୍ରୀଡ଼ା ସହ ଯୋଡ଼ି ହେବାକୁ ଯାଉଛି ପୁଣି ଏକ ଗୌରବମୟ ଇତିହାସ ।ସୂଚନା ମୁତାବକ, କ୍ରିକେଟ ଖେଳକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ପୁରୀରେ ନିର୍ମିତ ହୋଇଛି ଶ୍ରୀ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମ । ଗତ ୨୦୧୮ରେ ଏହି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ୨୦୨୩ରେ ତା’ର ନିର୍ମାଣ କାର୍ଯ୍ୟ ସରିଥିଲା । ଷ୍ଟାଡିୟମର ପିଚ, ଆଉଟଫିଲ୍ଡ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଷ୍ଟାଣ୍ଡାଡର ରହିଥିବା ବେଳେ ୯୦ ମିଟରର ବାଉଣ୍ଡରୀ ରହିଛି । ଏଥିସହିତ ଅଭ୍ୟାସ ପାଇଁ ସ୍ୱତନ୍ତ୍ର ଗ୍ରାଉଣ୍ଡ ରହିଥିବା ବେଳେ ଖେଳାଳିଙ୍କ ପାଇଁ ଡ୍ରେସିଂ ରୁମ, ଦର୍ଶକଙ୍କ ପାଇଁ ଗ୍ୟାଲେରୀ ସୁବିଧା ରହିଛି ।ରାଜ୍ୟର ପ୍ରଥମ ସରକାରୀ କ୍ରିକେଟ ଷ୍ଟାଡିୟମ ଭାବେ ଶ୍ରୀ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ନିର୍ମାଣ କରାଯାଇଛି । ଏବେ ଏହି ଷ୍ଟାଡିୟମରେ ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଆୟୋଜିତ ହେଉଥିବା ବେଳେ ଆଗାମୀ ଦିନରେ ବିସିସିଆଇ ସେଠାରେ ରଣଜୀ ଟ୍ରଫି ସହ ବିଭିନ୍ନ ବର୍ଗର ମ୍ୟାଚ ଆୟୋଜନ କରିବାର ଲକ୍ଷ୍ୟ ରହିଛି । ଚଳିତ ମାସ ଶେଷ ଆଡ଼କୁ ଏହି ଷ୍ଟାଡିୟମ ଉଦଘାଟିତ ହେବାର ଯୋଜନା ରହିଥିବା ପୁରୀ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୂଚନା ଦେଇଛନ୍ତି ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post