କ୍ଲିନ୍ ସୁଇପ୍ ଉପରେ ଭାରତର ନଜର

ମେଟ୍ରୋ ଟିଭି ଓଡିଶା (୧୨ .୩ . ୨୦୨୨) :
ଆଜିଠୁ ଆରମ୍ଭ ହେଲା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ବେଙ୍ଗାଲୁରୁର ଏନ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ପିଙ୍କ ବଲ୍ ଟେଷ୍ଟ ଆରମ୍ଭ ହେବ। ଭାରତୀୟ ଦଳ କ୍ଲିନ ସୁଇପ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ। ମୋହାଲିରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଭାରତ ଭ୍ରମଣକାରୀ ଶ୍ରୀଲଙ୍କାକୁ ଇନିଂସ ଏବଂ ୨୨୨ ରନରେ ହରାଇଥିଲା। ଭାରତୀୟ ଦଳର ନୂତନ ଟେଷ୍ଟ ଅଧିନାୟକ ରୋହିତ ଶର୍ମା ନିଜ କାର୍ଯ୍ୟକାଳର ଆରମ୍ଭ ସିରିଜ୍ ବିଜୟରୁ ଆରମ୍ଭ କରିବାକୁ ଚାହିଁବେ।ଭାରତୀୟ ଦଳ ପିଙ୍କ୍ ବଲ ଟେଷ୍ଟ ପୂର୍ବରୁ ଦଳରେ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ କରିଥିଲା।

ଦଳ ପ୍ରବନ୍ଧକ କୁଲଦୀପ ଯାଦବଙ୍କୁ ବାୟୋ ବବଲରୁ ବ୍ରେକ ଦେଇ ଆହତ ସମସ୍ୟାରୁ ମୁକୁଳିଥିବା ଅକ୍ଷର ପଟେଲଙ୍କୁ ଦଳରେ ସାମିଲ୍ କରିଥିଲା। ପଟେଲ ୨୦୨୧ରେ ନିଜର ଟେଷ୍ଟ ପଦାର୍ପଣ କରିଥିଲେ। ଏହା ପଠରୁ ସେ ଟେଷ୍ଟରେ ଯେତିକି ସୁଯୋଗ ପାଇଛନ୍ତି ନିୟମିତ ଓ୍ଵିକେଟ୍ ନେଇ ଦଳ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ପରେ ଆହତଜନିତ ସମସ୍ୟା କାରଣରୁ ତାଙ୍କୁ ଦୀର୍ଘ ସମୟ ଦଳରୁ ବାହାରେ ବସିବାକୁ ପଡିଥିଲା। ଅକ୍ଷର ପଟେଲଙ୍କୁ ଜୟନ୍ତ ଯାଦବଙ୍କ ସ୍ଥାନରେ ସୁଯୋଗ ମିଳିପାରେ। ଅକ୍ଷରଙ୍କ ବ୍ୟତୀତ ମହମ୍ମଦ ସିରାଜ ମଧ୍ୟ ଚୂଡାନ୍ତ ଏକାଦଶରେ ସାମିଲ୍ ହେବା ନେଇ ପ୍ରବଳ ଦାବିଦାର। କାରଣ ପିଙ୍କ ବଲ୍ ଦ୍ରୁତ ବୋଲରଙ୍କ ପାଇଁ ବେଶ ସହାୟକ ହୋଇଥାଏ।