ଧର୍ମଶାଳା ଟେଷ୍ଟ୍ର ପ୍ରଥମ ଦିନରେ ଏକକାଳୀନ ବହୁ କୀର୍ତ୍ତିମାନ ସ୍ଥାପିତ ହୋଇଛି। କୋହଲା ପାଗରେ ପାଣି ବର୍ଷିବା ପରିବର୍ତ୍ତେ ରେକର୍ଡ ବର୍ଷା ଦେଖିବାକୁ ମିଳିଛି। କୁଲଦୀପ ଯାଦବ ଦ୍ରୁତତମ ୫୦ ୱିକେଟ୍ର ବିରଳ କ୍ଲବ୍ରେ ସାମିଲ ହୋଇଛନ୍ତି। ଅଧିନାୟକ ରୋହିତ ଶର୍ମା ପ୍ରଥମ ଅଣୱିକେଟ୍ରକ୍ଷକ ଖେଳାଳି ଭାବେ ତିନିଟିଯାକ ଫର୍ମାଟ୍ (ଟେଷ୍ଟ୍, ଦିନିକିଆ, ଟ୍ବେଣ୍ଟି-୨୦)ରେ ୬୦ କିମ୍ବା ତା’ଠାରୁ ଅଧିକ କ୍ୟାଚ୍ ନେବାର ମାଇଲଖୁଣ୍ଟ ଛୁଇଁଥିଲା ବେଳେ ଯଶସ୍ବୀ ଜୟସ୍ବାଲ (୭୧୨ ରନ୍) ଇଂଲଣ୍ଡ ବିପକ୍ଷ ଗୋଟିଏ ଶୃଙ୍ଖଳାରେ ସର୍ବାଧିକ ରନ୍ କରିବାରେ କିଂବଦନ୍ତି ବିରାଟ କୋହଲି(୬୫୫ ରନ୍)ଙ୍କୁ ଟପିଛନ୍ତି। ସେ ମଧ୍ୟ ସୁନୀଲ ଗାଭାସ୍କରଙ୍କ ପରେ ପ୍ରଥମ ଭାରତୀୟ ଖେଳାଳି ଭାବେ କୌଣସି ଦ୍ବିପାକ୍ଷିକ ଶୃଙ୍ଖଳାରେ ୭୦୦ରୁ ଅଧିକ ରନ୍ କରିବାର ଗୌରବ ହାସଲ କରିଛନ୍ତି।ଆର୍ ଅଶ୍ବିନ ଓ ଜନି ବେୟାରଷ୍ଟୋ ଗୁରୁବାର ୧୦୦ ଟେଷ୍ଟ୍ କ୍ଲବ୍ରେ ସାମିଲ ହୋଇଛନ୍ତି। ଘରୋଇ କ୍ରିକେଟ୍ ଓ ଆଇପିଏଲ୍ରେ ପ୍ରଭାବୀ ପ୍ରଦର୍ଶନ କରିଥିବା କର୍ଣ୍ଣାଟକର ବାମହାତୀ ବ୍ୟାଟର୍ ଦେବଦତ୍ତ ପଡ଼ିକଲ ପଞ୍ଚମ ଭାରତୀୟ ଖେଳାଳି ଭାବେ ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଘେରି ରହିଥିବା ସ୍ଥାନୀୟ ଏଚ୍ପିସିଏ ଷ୍ଟାଡିୟମ୍ରେ ଟେଷ୍ଟ୍ ପଦାର୍ପଣ କରିଛନ୍ତି। ତାଙ୍କ ପୂର୍ବରୁ ଚଳିତ ଭାରତ-ଇଂଲଣ୍ଡ ଶୃଙ୍ଖଳାରେ ମଧ୍ୟକ୍ରମ ବ୍ୟାଟର୍ ରଜତ ପଟିଦାର (ମଧ୍ୟପ୍ରଦେଶ), ସର୍ଫରାଜ୍ ଖାନ୍ (ମୁମ୍ବାଇ), ୱିକେଟ୍ରକ୍ଷକ ଧ୍ରୁବ ଜୁରେଲ (ଉତ୍ତରପ୍ରଦେଶ) ଓ ଦ୍ରୁତ ବୋଲର ଆକାଶ ଦୀପ (ବେଙ୍ଗଲ) ପଦାର୍ପଣ କରିସାରିଛନ୍ତି।ଗୁରୁବାର କୁଲଦୀପଙ୍କ ଯାଦୁଗରୀ କଚଟି ସ୍ପିନ୍ ବଳରେ ଇଂଲଣ୍ଡକୁ ମାତ୍ର ୨୧୮ ରନ୍ରେ ଅଲଆଉଟ୍ କରିଛି ଭାରତ। ପୁଣି ଦୁଇ ଓପନର ରୋହିତ ଶର୍ମା (୫୨*) ଓ ଯଶସ୍ବୀ ଜୟସ୍ବାଲ (୫୭)ଙ୍କ ପ୍ରତିଆକ୍ରମଣରେ ବଳୀୟାନ ହୋଇ ଖେଳ ଶେଷ ବେଳକୁ ଗୋଟିଏ ୱିକେଟ୍ ବିନିମୟରେ ୧୩୫ ରନ୍ କରି ଦୃଢ଼ ସ୍ଥିତିରେ ରହିଛି। ଷ୍ଟମ୍ପ୍ସ ବେଳକୁ ରୋହିତଙ୍କ ସହ ଶୁବମନ୍ ଗିଲ୍ (୨୬*) ଅପରାଜିତ ରହିବା ପ୍ରତିପକ୍ଷ ଇଂଲଣ୍ଡର ଚିନ୍ତାକୁ ବହୁ ଗୁଣ ବଢ଼ାଇଛି।
Trending
- ରାଜ୍ୟରେ ମୋଟ ୩,୭୯୩.୩୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଯାଉଥିବା ବେଳେ ୧୯,୯୨୪ ଜଣଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
- ଅନ୍ତର୍ଜାତୀୟ ରଜ ଉତ୍ସବ ଉପରେ କାଳବୈଶାଖୀ ମାଡ଼,ବ୍ୟବସାୟୀଙ୍କ ସାମଗ୍ରୀରେ ପାଣି ପଶି ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି
- ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
- କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ
- ଖାନ ସାରଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଙ୍ଘନ ଅନୁଯାୟୀ ଏକ ମାମଲା ରୁଜୁ
Prev Post
Next Post