କେକେଆର୍ର ବଡ଼ ବିଜୟ
ଚଳିତ ଆଇପିଏଲ୍ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ବଡ଼ ବିଜୟ ପାଇଛି। ବିଶାଖାପାଟଣାର ୱାଇଏସ୍ ରାଜଶେଖର ରେଡ୍ଡୀ ଷ୍ଟାଡିୟମ୍ରେ ବୁଧବାର କେକେଆର୍ ୧୦୬ ରନ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ୨୭୩ ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଥିଲା। ଆକ୍ରମଣାତ୍ମକ ଆରମ୍ଭ କରିଥିଲେ ମଧ୍ୟ ଦ୍ବିତୀୟ ଓଭର ଶେଷ ବେଳକୁ ଡେଭିଡ୍ ୱାର୍ଣ୍ଣର (୧୮) ଓ ପୃଥ୍ବୀ ସ’ (୧୦)ଙ୍କ ଯୋଡ଼ି ଭାଙ୍ଗିଥିଲା। ୩୩ ରନ୍ ଭିତରେ ଦଳ ୪ ୱିକେଟ୍ ହରାଇ ସାରିଥିବାରୁ ଋଷଭ ପନ୍ତ (୫୫) ଓ ତ୍ରିଷ୍ଟାନ୍ ଷ୍ଟବ୍ସ୍ (୫୪) ପଞ୍ଚମ ୱିକେଟ୍ରେ ୯୩ ରନ୍ ଯୋଡ଼ି ଦଳର ସମ୍ମାନ ରକ୍ଷା କରିଥିଲେ। କିନ୍ତୁ ଆଉ କାହାର ଯୋଗଦାନ ନରହିବାରୁ ଦଳ ୧୭.୨ ଓଭରରେ ୧୬୬ ରନ୍ କରି ଅଲଆଉଟ୍ ହୋଇଥିଲା। ବୈଭବ ଅରୋଡ଼ା ଓ ବରୁଣ ଚକ୍ରବର୍ତ୍ତୀ ୩ ୱିକେଟ୍ ଲେଖାଏଁ ନେଇଥିଲେ।
ପୂର୍ବରୁ କେକେଆର୍ ଚଳିତ ଆଇପିଏଲ୍ରେ ଦ୍ବିତୀୟ ସର୍ବୋଚ୍ଚ ସ୍କୋର କରିଥିଲା।