ବର୍ତ୍ତମାନ ବିଶ୍ୱକପ ଉପରେ ରହିଛି ଟିମ ଇଣ୍ଡିଆର ନଜର । କିନ୍ତୁ ଏହା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ଖେଳିବ ଭାରତ । ଏଥିପାଇଁ ଦଳ ମଧ୍ୟ ଘୋଷଣା ହୋଇସାରିଛି । ଭାରତ ଏହି ସିରିଜ ପାଇଁ ଦୁଇଟି ଦଳ ଘୋଷଣା କରିଥିବା ବେଳେ ପ୍ରଥମ ଦୁଇଟି ଦିନିକିଆରେ ଷ୍ୟାର ସ୍ପିନର କୁଳଦୀପ ଯାଦବଙ୍କୁ ସ୍ଥାନ ଦିଆଯାଇ ନାହିଁ । ବର୍ତ୍ତମାନ କୁଳଦୀପ ଦମଦାର ଫର୍ମରେ ଥିବା ବେଳେ ଏସିଆ କପରେ ‘ପ୍ଲେୟର ଅଫ୍ ଦ ସିରିଜ’ ମଧ୍ୟ ବିବେଚିତ ହୋଇଛନ୍ତି । ଏହାପରେ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ୨ଟି ମ୍ୟାଚରେ ତାଙ୍କୁ ସୁଯୋଗ ମିଳିନାହିଁ । ତେବେ ଏହାର କାରଣ ନେଇ ଉତ୍ତର ରଖିଛନ୍ତି ଅଧିନାୟକ ରୋହିତ ।ଅଷ୍ଟ୍ରେଲିଆ ବିପକ୍ଷରେ କୁଳଦୀପଙ୍କ ଅନୁପସ୍ତିତିକୁ ନେଇ ରୋହିତ ଦୁଇଟି ମୁଖ୍ୟ କାରଣ କହିଛନ୍ତି । ସେ କହିଛନ୍ତି ଯେ, ଅନେକ ଚିନ୍ତା କରିବା ପରେ କୁଳଦୀପଙ୍କୁ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ବ୍ରେକ ଦିଆଯାଇଛି । ବିଶ୍ୱକପରେ କୁଳଦୀପ ଯାଦବ ଭାରତ ପାଇଁ ପ୍ରମୁଖ ଅସ୍ତ୍ର ପାଲଟିବେ । ତେଣୁ ଏହାପୂର୍ବରୁ ଆମେ ତାଙ୍କୁ ଏକ୍ସପୋଜ୍ କରିବାକୁ ଚାହୁଁନୁ ବୋଲି କହିଛନ୍ତି ରୋହିତ । ଏହାବ୍ୟତୀତ ଦୁଇଟି ମ୍ୟାଚରେ ବିଶ୍ରାମ ପରେ ତୃତୀୟ ମ୍ୟାଚରେ ସେ ଦଳକୁ ଫେରୁଛନ୍ତି । ଏହାପରେ ୨ଟି ପ୍ରାକ୍ଟିସ ମ୍ୟାଚ ଖେଳି ସେ ପୁଣିଥରେ ନିଜର ଲୟ ଫେରିପାଇବେ ବୋଲି ଦଳର ଆଶା ରହିଛି । ଏହାପରେ ରୋହିତ କହିଛନ୍ତି ଯେ, କଳଦୀପଙ୍କ ଖୁବ ଭଲ ଫର୍ମରେ ଅଛନ୍ତି । ଗତ ଦେଢ ବର୍ଷରୁ ତାଙ୍କ ଉପରେ ଆମର ନଜର ରହିଛି । ତେବେ ସେ ଶେଷ ମ୍ୟାଚ ପାଇଁ ଦଳକୁ କମବ୍ୟାକ କରିବେ ।ଏସିଆ କପର ୫ଟି ମ୍ୟାଚରେ ୩.୬ ଇକୋନୋମୀରେ ୯ଟି ୱିକେଟ ହାସଲ କରିଛନ୍ତି କୁଳଦୀପ । ତେବେ ଏ ସମସ୍ତ ୱିକେଟ ସେ ମାତ୍ର ୨ଟି ମ୍ୟାଚରେ ହିଁ ହାସଲ କରିଥିଲେ । ସୁପର-୪ ଷ୍ଟେଜରେ ପାକିସ୍ତାନ ବିପକ୍ଷରେ ୫ଟି ୱିକେଟ ଅକ୍ତିଆର କରିଥିବା ବେଳେ ଶ୍ରୀଲଙ୍କା ବିପକ୍ଷରେ ୪ଟି ଶିକାର କରିଥିଲେ କୁଳଦୀପ ଯାଦବ ।
Trending
- ବିହାର ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର: ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ
- ପୋଲିସ ଏସ୍ଆଇ ନିଯୁକ୍ତି ଘଟଣା: ଦୋଷୀଙ୍କୁ ଧରିବା ପାଇଁ ସିବିଆଇ କ’ଣ ଦରକାର ପଡ଼ିଲେ ଏନ୍ଆଇଏ ତଦନ୍ତ ହେବ
- କଟକରେ ବିଶୃଙ୍ଖଳା ସୃଷ୍ଟି କରିଥିବା ୮ ଜଣଙ୍କୁ ଗିରଫ କଲା ପୋଲିସ
- ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ
- କଟକ ସହରରେ ସ୍ଥିତି ନିୟନ୍ତ୍ରଣ : ଇଣ୍ଟରନେଟ୍ ବନ୍ଦ
- କାଶ ସିରପର ଗୁଣବତ୍ତା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
- ପୁଲିସ ଏସ୍ଆଇ ପରୀକ୍ଷା ଜାଲିଆତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦେଶ
- ଶ୍ରୀକ୍ଷେତ୍ରକୁ ଛୁଟିଲେଣି ହବିଷ୍ୟାଳି
- ଆଜି ବିରାଜିବେ ମା’ ଗଜଲକ୍ଷ୍ମୀ
- ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ ଆଜି
Prev Post
Next Post