ଓସାକାଙ୍କ ପ୍ରତ୍ୟାବର୍ତ୍ତନ ଫିକା
ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ସୋମବାର ସପ୍ତମ ମାନ୍ୟତାପ୍ରାପ୍ତ ଚେକ୍ଗଣରାଜ୍ୟର ଭୋନ୍ଦ୍ରୌସୋଭାଙ୍କୁ ୬-୧, ୬-୨ ସିଧାସଳଖ ସେଟ୍ରେ ୟୁକ୍ରେନ୍ରେ କ୍ବାଲିଫାୟାର ଡାୟାନା ୟାଷ୍ଟ୍ରିମସ୍କା ପରାସ୍ତ କରି ବିଦାୟ ରାସ୍ତା ଦେଖାଇଛନ୍ତି। ୨୪ ବର୍ଷୀୟା ଭୋନ୍ଦ୍ରୌସୋଭା ପ୍ରଥମ ଅଣମାନ୍ୟତାପ୍ରାପ୍ତ ଖେଳାଳି ଭାବେ ଗତ ବର୍ଷ ଅଲ୍ଇଂଲଣ୍ଡ ମୁକୁଟ ହାତେଇଥିଲେ। ଅନ୍ୟପକ୍ଷରେ ୨୩ ବର୍ଷୀୟା ୟାଷ୍ଟ୍ରିମସ୍କା ୨୦୧୯ରେ ମେଲ୍ବର୍ଣ୍ଣରେ ତୃତୀୟ ରାଉଣ୍ଡରେ ପହଞ୍ଚିଥିଲେ। ସନ୍ତାନ ପ୍ରସବ ପାଇଁ ଗୋଟିଏ ବର୍ଷ ଟେନିସଠୁ ଦୂରେଇ ରହିଥିବା ଜାପାନୀ ଖେଳାଳି ଓସାକାଙ୍କ ପ୍ରତ୍ୟାବର୍ତ୍ତନ ଫିକା ପଡ଼ିଛି। ଏହି ୪ ଥରର ଗ୍ରାଣ୍ଡସ୍ଲାମ୍ ବିଜୟିନୀଙ୍କୁ ଷୋଡ଼ଶ ମାନ୍ୟତାପ୍ରାପ୍ତ ଫ୍ରାନ୍ସର କାରୋଲିନ ଗାର୍ସିଆ ୬-୪, ୭-୬ ସେଟ୍ରେ ମାତ୍ ଦେଇଥିଲେ। ଅନ୍ୟତାରକା ମହିଳା ଖେଳାଳି ଆମେରିକାର କୋକୋ ଗଫ, ଟ୍ୟୁନିସିଆର ଓନ୍ସ ଜାବିଉର ଓ ବ୍ରାଜିଲର ବିଟ୍ରିଜ ହାଡାଡ ମାଇଆ ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି।