ଏସିଆନ୍ ଗେମ୍ସର ଦ୍ୱିତୀୟ ଦିନରେ ଭାରତ ଭଲ ଆରମ୍ଭ କରିଥିଲା। ଶୁଟିଂରେ ଦେଶକୁ ସ୍ବର୍ଣ୍ଣ ପଦକ ମିଳିଛି। ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମର, ରୁଦ୍ରଙ୍କେଶ ଏବଂ ଦିବ୍ୟାଂଶ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଦେଶକୁ ପ୍ରଥମ ସ୍ବର୍ଣ୍ଣ ପଦକ ପ୍ରଦାନ କରିବା ସହ ଏହି ୩ ଜଣ ବିଶ୍ୱ ରେକର୍ଡ ମଧ୍ୟ ସୃଷ୍ଟି କରିଛି।ପୁରୁଷ ୧୦ ମିଟର ଏୟାର ରାଇଫଲ ବିଭାଗରେ ଭାରତୀୟ ଦଳ ମୋଟ ୧୮୯୩.୭ ସ୍କୋର କରି ବିଶ୍ୱ ରେକର୍ଡ ଭାଙ୍ଗିଛି। ଏହାପୂର୍ବରୁ ଶୁଟିଂ ଦଳ ଇଭେଣ୍ଟରେ ସର୍ବାଧିକ ସ୍କୋର ଚାଇନା ନାମରେ ହୋଇଥିଲା। ଗତ ମାସରେ ବାକୁ ବିଶ୍ୱ ଚାମ୍ପିଅନସିପରେ ଚାଇନାର ଖେଳାଳିମାନେ ୧୮୯୩.୩ ସ୍କୋର ହାସଲ କରିଥିଲେ। ଚାଇନା ତୁଳନାରେ ଭାରତୀୟ ଦଳ ୦.୪ ପଏଣ୍ଟ ଅଧିକ ସ୍କୋର କରିଛି।ଭାରତୀୟ ଶୁଟରଙ୍କ ଚମତ୍କାର ପ୍ରଦର୍ଶନ ପରେ ଚାଇନା ମଧ୍ୟ ଏସୀୟ ରେକର୍ଡ ଏବଂ ଗେମ୍ସ ରେକର୍ଡ ଚାର୍ଟରେ ନିଜର ସ୍ଥାନ ହରାଇଛି। ବର୍ତ୍ତମାନ ଟିମ ଇଣ୍ଡିଆର ନାମ ଇତିହାସରେ ଯୋଡି ହୋଇଛି।ଏହାସହ ଭାରତର ପଦକ ସଂଖ୍ୟ ୭ରେ ପହଞ୍ଚିଛି। ଭାରତ ବର୍ତ୍ତମାନ ଗୋଟିଏ ସ୍ବର୍ଣ୍ଣ, ୩ ରୌପ୍ୟ ଏବଂ ୩ ବ୍ରୋଞ୍ଚ ପଦକ ମିଳିଛି। ବର୍ତ୍ତମାନ ମହିଳା କ୍ରିକେଟ ଦଳ ଦେଶ ପାଇଁ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିବାର ସମ୍ଭାବନା ରହିଛି।
Trending
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
Prev Post
Next Post