ଏସିଆନ୍ ଗେମ୍ସର ଦ୍ୱିତୀୟ ଦିନରେ ଭାରତ ଭଲ ଆରମ୍ଭ କରିଥିଲା। ଶୁଟିଂରେ ଦେଶକୁ ସ୍ବର୍ଣ୍ଣ ପଦକ ମିଳିଛି। ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମର, ରୁଦ୍ରଙ୍କେଶ ଏବଂ ଦିବ୍ୟାଂଶ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଦେଶକୁ ପ୍ରଥମ ସ୍ବର୍ଣ୍ଣ ପଦକ ପ୍ରଦାନ କରିବା ସହ ଏହି ୩ ଜଣ ବିଶ୍ୱ ରେକର୍ଡ ମଧ୍ୟ ସୃଷ୍ଟି କରିଛି।ପୁରୁଷ ୧୦ ମିଟର ଏୟାର ରାଇଫଲ ବିଭାଗରେ ଭାରତୀୟ ଦଳ ମୋଟ ୧୮୯୩.୭ ସ୍କୋର କରି ବିଶ୍ୱ ରେକର୍ଡ ଭାଙ୍ଗିଛି। ଏହାପୂର୍ବରୁ ଶୁଟିଂ ଦଳ ଇଭେଣ୍ଟରେ ସର୍ବାଧିକ ସ୍କୋର ଚାଇନା ନାମରେ ହୋଇଥିଲା। ଗତ ମାସରେ ବାକୁ ବିଶ୍ୱ ଚାମ୍ପିଅନସିପରେ ଚାଇନାର ଖେଳାଳିମାନେ ୧୮୯୩.୩ ସ୍କୋର ହାସଲ କରିଥିଲେ। ଚାଇନା ତୁଳନାରେ ଭାରତୀୟ ଦଳ ୦.୪ ପଏଣ୍ଟ ଅଧିକ ସ୍କୋର କରିଛି।ଭାରତୀୟ ଶୁଟରଙ୍କ ଚମତ୍କାର ପ୍ରଦର୍ଶନ ପରେ ଚାଇନା ମଧ୍ୟ ଏସୀୟ ରେକର୍ଡ ଏବଂ ଗେମ୍ସ ରେକର୍ଡ ଚାର୍ଟରେ ନିଜର ସ୍ଥାନ ହରାଇଛି। ବର୍ତ୍ତମାନ ଟିମ ଇଣ୍ଡିଆର ନାମ ଇତିହାସରେ ଯୋଡି ହୋଇଛି।ଏହାସହ ଭାରତର ପଦକ ସଂଖ୍ୟ ୭ରେ ପହଞ୍ଚିଛି। ଭାରତ ବର୍ତ୍ତମାନ ଗୋଟିଏ ସ୍ବର୍ଣ୍ଣ, ୩ ରୌପ୍ୟ ଏବଂ ୩ ବ୍ରୋଞ୍ଚ ପଦକ ମିଳିଛି। ବର୍ତ୍ତମାନ ମହିଳା କ୍ରିକେଟ ଦଳ ଦେଶ ପାଇଁ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିବାର ସମ୍ଭାବନା ରହିଛି।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post