ଇତିହାସ ରଚିଲେ ଜାଡେଜା
ମେଟ୍ରୋଟିଭିଓଡିଶା(୬.୩.୨୦୨୨)
: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ଆଜି ହେଉଛି ତୃତୀୟ ଦିବସ । ପୂର୍ବରୁ ଭାରତ ବ୍ୟାଟିଂରେ ମଜବୁତ ସ୍ଥିତିରେ ରହିଥିବା ଆଜି ପୁଣି ନିଜର ସ୍ଥିତିକୁ ଅଧିକ ସୁଦୃଢ଼ କରିପାରିଛି । ଶ୍ରୀଲଙ୍କା ତା’ର ପ୍ରଥମ ଇନିଂସରେ ମାତ୍ର ୧୭୪ ରନରେ ଅଲଆଉଟ ହୋଇଛି । ଫଳରେ ଏହି ଟେଷ୍ଟ ଏବେ ଭାରତର ନିୟନ୍ତ୍ରଣକୁ ଆସିଯାଇଛି ।.

ଚଳିତ ଟେଷ୍ଟର ପ୍ରଥମ ଇନିଂସରେ ବଡ଼ ସ୍କୋର କରିଥିବା ଜାଡେଜା ବୋଲିଂରେ ମଧ୍ୟ ଯାଦୁ ଦେଖାଇଛନ୍ତି । ଏହି ଶାନଦାର ପ୍ରଦର୍ଶନ ପାଇଁ ଜାଡେଜା କିର୍ତ୍ତୀମାନ ସ୍ଥାପନ କରିଛନ୍ତି । ପୂର୍ବରୁ ସେ ୧୦ ଥର ୫ ୱିକେଟ ନେଇସାରିଛନ୍ତି । ବିଶ୍ୱର ଷଷ୍ଠ ଓ ତୃତୀୟ ଭାରତୀୟ ଖେଳାଳି ଭାବେ ସେ ୧୫୦ରୁ ଅଧିକ ରନ ସହ ୫ ୱିକେଟ ହାସଲ କରିବାର ଗୌରବ ଲାଭ କରିଛନ୍ତି ।