ଜର୍ମାନୀରେ ଅନୁଷ୍ଠିତ ୟୁରୋ କପ୍ ୨୦୨୪ ଶେଷ ହୋଇଛି। ଫାଇନାଲରେ ଇଂଲଣ୍ଡକୁ ୨-୧ ଗୋଲରେ ହରାଇ ସ୍ପେନ୍ ଚାମ୍ପିୟନ ହୋଇଛି। ତେବେ ଟୁର୍ନାମେଣ୍ଟ ଇତିହାସରେ ପ୍ରଥମ ଥର ପାଇଁ ୬ ଜଣ ଖେଳାଳି ମିଳିତ ଭାବରେ ଗୋଲ୍ଡେନ୍ ବଲ ହାସଲ କରିଛନ୍ତି।ଇଂଲଣ୍ଡ ଅଧିନାୟକ ହ୍ୟାରୀ କେନ୍, ସ୍ପେନ୍ ମିଡଫିଲ୍ଡର ଡାନି ଓଲମୋ, ଜର୍ମାନ ମିଡଫିଲ୍ଡର ଜମାଲ ମୁସାଇଲା, ନେଦରଲାଣ୍ଡ୍ସର କୋଡି ଗାକ୍ପୋ, ସ୍ଲୋଭାକିଆର ଇଭାନ ଶ୍ରାଞ୍ଜ ଓ ଜର୍ଜିଆର ଜର୍ଜେସ୍ ମିକାଉଟାଡେଜ୍ ସମାନ ୩ଟି ଲେଖାଏ ଗୋଲ ସ୍କୋର କରିଥିଲେ।ରବିବାର ଖେଳାଯାଇଥିବା ଫାଇନାଲରେ ଇଂଲଣ୍ଡକୁ ୨-୧ ଗୋଲରେ ହରାଇଥିଲା ସ୍ପେନ୍। ଏହା ସହିତ ରେକର୍ଡ ଚତୁର୍ଥ ଥର ପାଇଁ ୟୁରୋ କପ୍ ହାସଲ କରଥିଲା ସ୍ପେନ୍। ସ୍ପେନ୍ ପକ୍ଷରୁ ନିକୋ ଓ୍ବିଲିୟମ୍ସ(୪୭) ଓ ମିକେଲ ଓୟାର୍ଜବଲ(୮୬) ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଇଂଲଣ୍ଡ ପକ୍ଷରୁ କୋଲ୍ ପାଲମର ୭୩ ତମ ମିନିଟରେ ଏକମାତ୍ର ଗୋଲ ଦେଇଥିଲେ। ପୂର୍ବରୁ ଏକାଧିକ ଖେଳାଳି ସମାନ ସଂଖ୍ୟକ ଗୋଲ ସ୍କୋର କରୁଥିଲେ ଆସିଷ୍ଟକୁ ହିସାବକୁ ନିଆଯାଇ ବିଜେତା ଘୋଷଣା କରାଯାଉଥିଲା। ତେବେ ପ୍ରଥମ ଥର ଏହି ନିୟମକୁ ବଦଳା ଯାଇଛି। ସ୍ପେନ୍ ମିଡ୍ଫିଲ୍ଡର ରୋଡ୍ରିଙ୍କୁ ପ୍ଲେୟର ଅଫ୍ ଦ ଟୁର୍ନାମେଣ୍ଟ ଘୋଷଣା କରାଯାଇଥିଲା।
Trending
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
Prev Post
Next Post