ଜର୍ମାନୀରେ ଅନୁଷ୍ଠିତ ୟୁରୋ କପ୍ ୨୦୨୪ ଶେଷ ହୋଇଛି। ଫାଇନାଲରେ ଇଂଲଣ୍ଡକୁ ୨-୧ ଗୋଲରେ ହରାଇ ସ୍ପେନ୍ ଚାମ୍ପିୟନ ହୋଇଛି। ତେବେ ଟୁର୍ନାମେଣ୍ଟ ଇତିହାସରେ ପ୍ରଥମ ଥର ପାଇଁ ୬ ଜଣ ଖେଳାଳି ମିଳିତ ଭାବରେ ଗୋଲ୍ଡେନ୍ ବଲ ହାସଲ କରିଛନ୍ତି।ଇଂଲଣ୍ଡ ଅଧିନାୟକ ହ୍ୟାରୀ କେନ୍, ସ୍ପେନ୍ ମିଡଫିଲ୍ଡର ଡାନି ଓଲମୋ, ଜର୍ମାନ ମିଡଫିଲ୍ଡର ଜମାଲ ମୁସାଇଲା, ନେଦରଲାଣ୍ଡ୍ସର କୋଡି ଗାକ୍ପୋ, ସ୍ଲୋଭାକିଆର ଇଭାନ ଶ୍ରାଞ୍ଜ ଓ ଜର୍ଜିଆର ଜର୍ଜେସ୍ ମିକାଉଟାଡେଜ୍ ସମାନ ୩ଟି ଲେଖାଏ ଗୋଲ ସ୍କୋର କରିଥିଲେ।ରବିବାର ଖେଳାଯାଇଥିବା ଫାଇନାଲରେ ଇଂଲଣ୍ଡକୁ ୨-୧ ଗୋଲରେ ହରାଇଥିଲା ସ୍ପେନ୍। ଏହା ସହିତ ରେକର୍ଡ ଚତୁର୍ଥ ଥର ପାଇଁ ୟୁରୋ କପ୍ ହାସଲ କରଥିଲା ସ୍ପେନ୍। ସ୍ପେନ୍ ପକ୍ଷରୁ ନିକୋ ଓ୍ବିଲିୟମ୍ସ(୪୭) ଓ ମିକେଲ ଓୟାର୍ଜବଲ(୮୬) ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଇଂଲଣ୍ଡ ପକ୍ଷରୁ କୋଲ୍ ପାଲମର ୭୩ ତମ ମିନିଟରେ ଏକମାତ୍ର ଗୋଲ ଦେଇଥିଲେ। ପୂର୍ବରୁ ଏକାଧିକ ଖେଳାଳି ସମାନ ସଂଖ୍ୟକ ଗୋଲ ସ୍କୋର କରୁଥିଲେ ଆସିଷ୍ଟକୁ ହିସାବକୁ ନିଆଯାଇ ବିଜେତା ଘୋଷଣା କରାଯାଉଥିଲା। ତେବେ ପ୍ରଥମ ଥର ଏହି ନିୟମକୁ ବଦଳା ଯାଇଛି। ସ୍ପେନ୍ ମିଡ୍ଫିଲ୍ଡର ରୋଡ୍ରିଙ୍କୁ ପ୍ଲେୟର ଅଫ୍ ଦ ଟୁର୍ନାମେଣ୍ଟ ଘୋଷଣା କରାଯାଇଥିଲା।
Trending
- ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା ,ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
- ଧର୍ମଶାଳା ପରେ ବଡ଼ଚଣାରେ ବିଜେଡିକୁ ଝଟ୍କା
- ଆମେ ଆମର ନୈତିକ ମୂଲ୍ୟବୋଧର ସ୍ତରକୁ ତଳକୁ ଖସିଯିବାକୁ ଦେବା ଉଚିତ ନୁହେଁ
- ମହିଳା ନିଯୁକ୍ତି ହାର ଦ୍ୱିଗୁଣିତ ହୋଇଛି
- ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ
- ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଶାସନ’ ବ୍ୟବସ୍ଥା ଆରମ୍ଭ
- ରାଜ୍ୟ କ୍ୟାବିନେଟ ବୈଠକରେ ୪ ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ
- ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପତି
- ପୁଲିସ୍ ଏସ୍ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ
- ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀର ପ୍ରଥମ ସଫଳ ପରୀକ୍ଷଣ
Prev Post
Next Post