ମେଟ୍ରୋ ଓଡିଶା (୨୮.୩.୨୦୨୨) :
ଚଳିତ ଆଇପିଏଲ୍ର ୨ୟ ଦିନର ୨ୟ ମ୍ୟାଚ୍ରେ ବିଜୟୀ ହୋଇଛି ପଞ୍ଜାବ କିଙ୍ଗ୍ସ। ମୟଙ୍କ ଅଗ୍ରୱାଲ, ଶିଖର ଧାୱନ ଓ ଭାନୁକା ରାଜପକ୍ଷଙ୍କ ଲଢ଼ୁଆ ଇନିଂସ ପରେ ଶାହାରୁଖ୍ ଖାଁ ଏବଂ ଓଡିଅନ୍ ସ୍ମିଥ୍ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)କୁ ୫ ୱିକେଟରେ ପଞ୍ଜାବ ପରାସ୍ତ କରିଛି। ଫାଫ୍ ଡୁ ପ୍ଲେସିଙ୍କ ୮୮ ରନ୍ ସହ କିଛି ଉପଯୋଗୀ ଯୋଗଦାନ ବଳରେ ପ୍ରଥମେ ବ୍ୟାଟିଂକରି ଆର୍ସିବି ୨ ୱିକେଟରେ ୨୦୫ ରନ୍ର ପ୍ରଭାବଶାଳୀ ସ୍କୋର୍ କରିଥିଲା। ପରେ ସାମୂହିକ ବ୍ୟାଟିଂ ସଫଳତା ବଳରେ ଗୋଟିଏ ଓଭର ବାକିଥାଇ ୫ ୱିକେଟ ହରାଇ ପଞ୍ଜାବ ଜିତିଥିଲା।

୨୦୬ ରନର ପିଛା କରୁଥିବା ପଞ୍ଜାବକୁ ଏକ ଭଲ ଆରମ୍ଭ ଦେଇଥିଲେ ମୟଙ୍କ ଅଗ୍ରୱାଲ(୩୨) ଓ ଶିଖର ଧୱନ୍(୪୩) । ପ୍ରଥମ ୱିକେଟରେ ଉଭୟ ୭୧ ରନ ଯୋଡିଥିଲେ । ପରବର୍ତ୍ତୀ ବ୍ୟାଟ୍ସମ୍ୟାନ ଭାନୁକା ରାଜ୍ପକ୍ଷେ ମଧ୍ୟ ୨୨ ବଲରୁ ୪୩ ରନ କରି୍ଥିଲେ । ଲିଆମ ଲିଭିଙ୍ଗଷ୍ଟୋନଙ୍କ ଦମଦାର ୧୦ ରନ ବେଳକୁ ବି ମ୍ୟାଚ ଆରସିବି ହାତରେ ଥିଲା । କିନ୍ତୁ ଶେଷ ଆଡକୁ ଓଡିନ୍ ସ୍ମିଥ ୮ ବଲରୁ ୨୫ ରନ କରି ଦଳକୁୂ ଫିନିଶ ଲାଇନ ପାର କରିଥିଲେ । ମହମ୍ମଦ ସିରାଜ ୨ଟି ୱିକେଟ ନେଇଥିଲେ ହେଁ ୫୯ ରନ ବ୍ୟୟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆକାଶ ଦୀପ୍, ହସରଙ୍ଗା ଓ ହର୍ଷଲ ପଟେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।