ଆଫଗାନିସ୍ତାନ ବିପକ୍ଷରେ ଖେଳିବେ ନାହିଁ ଗିଲ
ଡେଙ୍ଗୁ କାରଣରୁ ଭାରତୀୟ କ୍ରିକେଟ୍ ଦଳର ତାରକା ଓପନର୍ ଶୁଭମନ ଗିଲ ଏବେ ଟିମରେ ନାହାନ୍ତି | ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚରେ ସେ ଖେଳିନଥିବାବେଳେ ବର୍ତ୍ତମାନ ସେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ରେ ଉପଲବ୍ଧ ହେବେ ନାହିଁ। ଭାରତ ବନାମ ଆଫଗାନିସ୍ତାନ ମ୍ୟାଚ୍ ୧୧ ଅକ୍ଟୋବରରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ | କିନ୍ତୁ ଗିଲ ଏହି ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ସହିତ ଦିଲ୍ଲୀ ଯିବେ ନାହିଁ। ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଚମତ୍କାର ବିଜୟ ସହ ୬ ୱିକେଟ୍ ନେଇ ବିଶ୍ୱକପ୍ ୨୦୨୩ ଆରମ୍ଭ କରିଛି। ଭାରତୀୟ ଦଳକୁ ୧୧ ଅକ୍ଟୋବରରେ ଆଫଗାନିସ୍ତାନ ବିପକ୍ଷରେ ବିଶ୍ୱକପ୍ ୨୦୨୩ର ଦ୍ୱିତୀୟ ମ୍ୟାଚ୍ ଖେଳିବାକୁ ପଡିବ।