ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ ଶୁକ୍ରବାର ମୋହାଲିରେ ଖେଳାଯିବ। ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଥିବା ଦିନିକିଆ କ୍ରିକେଟ ବିଶ୍ବକପ ପୂର୍ବରୁ ଉଭୟ ଦଳଙ୍କ ପାଇଁ ଏହା ଶେଷ ପ୍ରସ୍ତୁତି। ଉକ୍ତ ଶୃଙ୍ଖଳାରୁ ଉଭୟ ଦଳ ଖେଳାଳି ପରୀକ୍ଷାନିରୀକ୍ଷା ସହ ସନ୍ତୁଳିତ ଦଳ ଗଠନ ନେଇ ଲକ୍ଷ୍ୟ ରଖିଛନ୍ତି। ଭାରତ ନିୟମିତ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ପ୍ରଥମ ଦୁଇ ଦିନିକିଆରୁ ବିଶ୍ରାମ ଦେଇଛି। ୱିକେଟରକ୍ଷକ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଦଳର ନେତୃତ୍ବ ନେବେ। ବ୍ୟାଟିଂରେ ଶୁବମାନ୍ ଗିଲ୍ଙ୍କ ସହ ଈଶାନ କିଷନ ଓପନିଂ କରିବାର ସମ୍ଭାବନା ରହିଛି। ବିରାଟ କୋହଲିଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ୩ ନମ୍ବରରେ, ଲୋକେଶ ରାହୁଲ ୪ର୍ଥ ନମ୍ବରରେ ବ୍ୟାଟିଂ କରିପାରନ୍ତି। ଆହତ ସମସ୍ୟାରୁ ମୁକୁଳିବା ପରେ ଶ୍ରେୟାସ ଆୟାର ଦଳକୁ ଫେରିଛନ୍ତି। ଆୟର ୫ମ ସ୍ଥାନରେ ବ୍ୟାଟିଂ କରିବାର ଆଶା କରାଯାଉଛି। ଦଳ ମୁଖ୍ୟତଃ ୫ଜଣ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନଙ୍କୁ ନେଇ ଖେଳିବାର ଆଶା କରାଯାଉଛି। ଅଲରାଉଣ୍ଡର ଭାବେ ଭାରତ ରବୀନ୍ଦ୍ର ଜାଡେଜା, ରବୀଚନ୍ଦ୍ରନ ଅଶ୍ବିନ ଓ ୱାଶିଂଟନ ସୁନ୍ଦରଙ୍କୁ ଖେଳାଇପାରେ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post