ଆଜିଠୁ ଆଇପିଏଲ୍‌

ଆଜିଠୁ ଆରମ୍ଭ ହେଉଛି ଆଇପିଏଲ୍‌  । ୧୬ତମ ସଂସ୍କରଣ  ଫଟାଫଟ୍ କ୍ରିକେଟ୍‌ର  ପ୍ରଥମ ଦିବସରେ ଗତଥରର ବିଜେତା ଗୁଜରାଟ ଟାଇଟନ୍ସ ସହିତ ଖେଳିବ ୪ ଥର ବିଜେତା ଚେନ୍ନାଇ ସୁପର୍‌ କିଙ୍ଗ୍ସ।  ୧୦ ଦଳକୁ ନେଇ ଦେଶର ୧୨ଟି ସହରରେ ଲିଗ୍ ପର୍ଯ୍ୟାୟର ୭୦ ମ୍ୟାଚ୍‌ ଖେଳାଯିବ। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଆଜି ପ୍ରଥମ ମ୍ୟାଚ ଖେଳାଯିବ ।  ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ଟ୍ରଫି ବଜାୟ ରଖିବାକୁ ଦାବିଦାର ରହିଛି । ସେହିପରି ଚେନ୍ନାଇ ଏବଂ  ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଏଥର କିଭଳି ଖେଳୁଛି ଦେଖିବାର ଅଛି।