ଦୀର୍ଘ ଦିନ ଧରି ଆନ୍ତର୍ଜାତୀୟ କ୍ରିକେଟ୍ ଠାରୁ ଭାରତୀୟ କ୍ରିକେଟ ଟିମର ଖେଳାଳି ପୃଥ୍ୱୀ ଶ’ ଦୂରରେ ରହିଛନ୍ତି । କିନ୍ତୁ ଘରୋଇ କ୍ରିକେଟରେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି । ପୃଥ୍ଵୀ ଇଂଲଣ୍ଡର ଘରୋଇ କ୍ରିକେଟରେ ଭଲ ଖେଳିଥିଲେ। ସେ ନର୍ଥମ୍ପଟାୟଶାୟର୍ ପାଇଁ କ୍ରିକେଟ ଖେଳିଥିଲେ। ଏହି ସମୟରେ ସେ ଆହତ ହୋଇଥିଲେ । ଆଉ ଆଣ୍ଠୁରେ ଆଘାତ ଲାଗିବା ଯୋଗୁଁ ଦୀର୍ଘଦିନରୁ କ୍ରିକେଟ ଠାରୁ ଦୂରେଇ ରହିଥିଲେ । ଆଉ ଏବେ ଏଥିପାଇଁ ଆହୁରି ୪ ମାସ କ୍ରିକେଟ ଠାରୁ ଦୂରେଇ ରହିବାକୁ ପଡିପାରେ ।ଖବର ଅନୁଯାୟୀ, ପୃଥ୍ଵୀ ଶ’ ଆଗାମୀ ୩ରୁ ୪ ମାସ ପର୍ଯ୍ୟନ୍ତ କ୍ରିକେଟ ଠାରୁ ଦୂରେଇ ରହିପାରନ୍ତି । ନର୍ଥମ୍ପଟାୟଶାୟର୍ ପାଇଁ ଘରୋଇ କ୍ରିକେଟ ଖେଳୁଥିବା ବେଳେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ଏହି ସମୟରେ ଦ୍ୱିଶତକ ମାରିଥିଲେ ।ଏବେ ବିସିସିଆଇ ପୃଥ୍ଵୀ ଶ’ଙ୍କ ଆଘାତକୁ ନେଇ ସ୍ପଷ୍ଟୋକ୍ତି ଜଣାଇଛି । ୩ରୁ ୪ ମାସ ପାଇଁ କ୍ରିକେଟ ଠାରୁ ସେ ଦୂରେଇ ରହିବେ । ଆଘାତ ଲାଗିବା ଯୋଗୁଁ ଏମଆରଆଇ କରାଯାଇଥିଲା । ଏଥିରେ ତାଙ୍କ ଲିଗାମେଣ୍ଟରେ ଆଘାତ ଲାଗିବା ଜାଣିବାକୁ ମିଳିଛି । ତେବେ କେବେ ସର୍ଜରୀ ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।
Trending
- କାଳ ବୈଶାଖି ପରେ ରାଜ୍ୟରେ ଉପରମୁହାଁ ପାରଦ
- ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ନକ୍ସଲ ନିପାତ
- ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ଉପରାଷ୍ଟ୍ରପତି
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
Next Post