ଆଇପିଏଲ୍‌: ବିଜୟର ସ୍ୱାଦ ଚାଖିଲା ଚେନ୍ନାଇ

ଆଇପିଏଲ୍‌: ବିଜୟର ସ୍ୱାଦ ଚାଖିଲା ଚେନ୍ନାଇ

ମେଟ୍ରୋ ଓଡିଶା (୧୩ .୪.୨୦୨୨ )

ଇଣ୍ଡିଆନ୍ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ସବୁଠାରୁ ଅଧିକ ଥର ଟ୍ରଫି ଜିତିଥିବା ଚେନ୍ନାଇ ସୁପର କିଙ୍ଗ୍ ଚଳିତ ସଂସ୍କରଣରେ ଅନ୍ୟ ଟିମ୍ ତୁଳନାରେ କମଜୋର ଦେଖାଯାଇଛି । ରବୀନ୍ଦ୍ର ଜାଦେଜାଙ୍କ ନେତୃତ୍ୱରେ ଖେଳୁଥିବା ଚେନ୍ନାଇ ଚଳିତ ସଂସ୍କରଣରେ ପ୍ରଥମ ଥର ପାଇଁ ମ୍ୟାଚ୍ ଜିତିଛି । ମଙ୍ଗଳବାର ସ୍ଥାନୀୟ ଡ. ଡିୱାଇ ପାଟିଲ୍ ସ୍ପୋର୍ଟସ ଏକାଡେମୀରେ ରୟାଲ ଚ୍ୟାଲେଞ୍ଜର୍ସକୁ ୨୩ ରନ୍‌ରେ ପରାସ୍ତ କରିଛି । ଏଥି ସହିତ ଚେନ୍ନାଇ ପ୍ରଥମ ଥର ୨୦୨୨ ଆଇପିଏଲ୍‌ରେ ମ୍ୟାଚ ଜିତିଛି । ପୂର୍ବରୁ କୋଲକାତା, ଲକ୍ଷ୍ନୌ, ପଂଜାବ ଓ ହ୍ରାଇଦ୍ରାବାଦ୍ ଠାରୁ ଚେନ୍ନାଇ ମ୍ୟାଚ ହାରିଥିଲା । 

ଚେନ୍ନାଇ ସୁପର କିଙ୍ଗ୍‌ସ ପ୍ରଥମେ ବ୍ୟାଟିଂ କରି ୪ଟି ୱିକେଟ୍ ହରାଇ ୨୧୬ ରନ୍ କରିଥିଲା । ଜବାବରେ ବାଙ୍ଗାଲୋର ୯ଟି ୱିକେଟ୍ ହରାଇ ୧୯୩ ରନ୍ କରିଥିଲା । ଚେନ୍ନାଇର ବ୍ୟାଟର ଶିଭମ୍ ଦୁବେ ସର୍ବାଧିକ ୯୫ ରନ୍ କରିଥିଲେ । ସେ ୪୬ଟି ବଲ୍ ଖେଳି ୨.୬.୫୨ ହାରରେ ଏହି ସ୍କୋର କରିଥିଲେ । ଏଥିରେ ୫ଟି ଚୌକା ଓ ୮ଟି ଛକା ସାମିଲ ଥିଲା । ରବୀନ ଉତ୍‌ଥପା ୫୦ଟି ବଲ୍ ଖେଳି ବ୍ୟକ୍ତିଗତ ଭାବେ ୮୮ ରନ୍ ସଂଗ୍ରହ କରିଥିଲେ । ସେ ୪ଟି ଚୌକା ଓ ୯ଟି ଛକା ମାରିଥିଲେ । ବୋଲିଂ କ୍ଷେତ୍ରରେ ମହୀଶ ତିକ୍‌ଶ୍ନା ୪ ଓଭର ବୋଲିଂ କରି ୪ଟି ୱିକେଟ୍ ନେଇଥିଲେ । ଏତଦ୍ ବ୍ୟତୀତ ରବୀନ୍ଦ୍ର ଜାଦେଜା ୪ ଓଭର ବୋଲିଂ କରି ୩ଟି ୱିକେଟ୍ ନେଇଥିଲେ ।