ଅହମ୍ମଦାବାଦ ଟେଷ୍ଟ
ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି)ର ଫାଇନାଲରେ ପ୍ରବେଶ କରିବାକୁ ହେଲେ ମାର୍ଚ୍ଚ ୯ରୁ ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍ ଜିତିବାକୁ ପଡ଼ିବ। ଇନ୍ଦୋରରେ ବିଜୟ ସହ ଅଷ୍ଟ୍ରେଲିଆ ଡବ୍ଲ୍ୟୁଟିସି ଫାଇନାଲକୁ ଟିକେଟ ସୁରକ୍ଷିତ କରିଛି । ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟମ୍ୟାଚରେ ଭାରତୀୟ ଦଳ ଯଦି ଅଷ୍ଟ୍ରେଲିଆକୁ ପରାସ୍ତ କରେ ତେବେ ସେମାନେ ଫାଇନାଲପାଇଁ ଯୋଗ୍ୟତା ଅର୍ଜନ କରିବେ। ୱିକେଟ-କିପର ବ୍ୟାଟ୍ସମ୍ୟାନ୍ କେଏସ୍ ଭରତଙ୍କ ସ୍ଥାନରେ ଭାରତୀୟ ଦଳ ଇଶାନ କିଶନଙ୍କୁ ଚତୁର୍ଥ ଟେଷ୍ଟରେ ସୁଯୋଗ ଦେଇପାରେ । ସୂର୍ଯ୍ୟକୁମାର ଯାଦବଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବା ପାଇଁ ରଣନୀତି ପ୍ରସ୍ତୁତ କରେ, ତେବେ ଆୟରଙ୍କୁ ବାହାରେ ବସିବାକୁ ପଡ଼ିବ।