ଅଣ୍ଡର ୧୯ ବିଶ୍ୱକପ ଜିତିଲା ଟିମ୍ ଇଣ୍ଡିଆ
ମେଟ୍ରୋ ଟିଭି ଓଡିଶା,୬/୨ : ଭାରତକୁ ପଞ୍ଚମ ଟାଇଟଲ । ୧୯ ବର୍ଷରୁ କମ୍ ବିଶ୍ୱକପ୍ କ୍ରିକେଟ୍ରେ ଭାରତ ଚାମ୍ପିଅନ୍। ଫାଇନାଲରେ ଇଂଲଣ୍ଡକୁ ୪ ୱିକେଟରେ ହରାଇ ବିଶ୍ୱକପ୍ କ୍ରିକେଟ୍ ଟ୍ରଫି କରିଛି ଟିମ୍ ଇଣ୍ଡିଆ । ରାଜ ବାୱା ଓ ରବି କୁମାରଙ୍କ ଘାତକ ବୋଲିଂର ମୁକାବିଲା କରିନପାରି ଇଂଲଣ୍ଡ ଟିମ ୪୪ ଦଶମିକ ୫ ଓ ଓଭରରେ ୧୮୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା।
ଜବାବରେ ଭାରତ ୪୭ ଦଶମିକ ୪ ଓଭରରେ ୬ ୱିକେଟ ହରାଇ ଟାର୍ଗେଟ ହାସଲ କରିଥିଲା । ୫ଟି ୱିକେଟ୍ ସଂଗ୍ରହ କରି ରାଜ ବାୱା ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ।
ସେହିପରି ଦକ୍ଷିଣ ଆଫ୍ରିକାର ଡେୱାଲ୍ଡ ବ୍ରୋଭିସଙ୍କୁ ପ୍ଲେୟାର ଅଫ୍ ଦ ସିରିଜ୍ ପୁରସ୍କାର ପ୍ରଦାନ କରାଯାଇଥିଲା। ଇଂଲଣ୍ଡ ପକ୍ଷରୁ ଜେମ୍ସ ରିଉ ସର୍ବାଧିକ ୯୫ ରନ୍ କରିଥିଲେ ।