ଅଢ଼େଇ ବର୍ଷ ପରେ ଫେରୁଛି ଅନ୍ତର୍ଜାତୀୟ କ୍ରିକେଟ୍‌

ଅଢ଼େଇ ବର୍ଷ ବ୍ୟବଧାନରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଯାଉଛି ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌। ୨୦୨୫ ଫେବ୍ରୁଆରି ୯ ତାରିଖରେ ବାରବାଟୀରେ ଭାରତ-ଇଂଲଣ୍ଡ ସିରିଜ୍‌ର ଦ୍ବିତୀୟ ଏକଦିବସୀୟ ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି ଆଜି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଖବର ରାଜ୍ୟର କ୍ରିକେଟ୍‌ପ୍ରେମୀଙ୍କୁ ଉତ୍ସାହିତ କରିଛି। ଶେଷଥର ପ‌ାଇଁ ଏଠାରେ ୨୦୨୨ ଜୁନ ୧୨ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ବାରବାଟୀ ‌ଷ୍ଟାଡିୟମ ନବୀକରଣ ପ୍ରକଳ୍ପ ଘୋଷଣା ହେବା ପରେ ନିକଟରେ ବାରବାଟୀକୁ ମ୍ୟାଚ୍‌ ମିଳିବାକୁ ନେଇ ଦେଖାଦେଇଥିବା ଅନିଶ୍ଚିତତା ଶେଷରେ ଦୂର ‌ହୋଇଛି।