ଆମେରିକୀୟ ମେକାନିକ୍ ଓ୍ବାଲ୍ଟର ହଣ୍ଟ ହେଉଛନ୍ତି ସେଫ୍ଟି ପିନ୍ର ଉଦ୍ଭାବକ। ଓ୍ବାଲ୍ଟର ହଣ୍ଟ ଛୋଟ ଛୋଟ କିନ୍ତୁ ଅତି ଆବଶ୍ୟକୀୟ ଜିନିଷର ଉଦ୍ଭାବକଭାବେ ବେଶ୍ ପରିଚିତ। କୁହାଯାଏ ଥରେ ଓ୍ବାଲ୍ଟର ହଣ୍ଟ ଅନେକ କରଜରେ ବୁଡି ରହିଥିଲେ। ସେଇ କରଜକୁ ପରିଶୋଧ କରିବା ଲାଗି ସେ ଅନେକ ଉଦ୍ଭାବନ କରିଥିଲେ। ଆଉ ତା’ ମଧ୍ୟରେ ସେଫ୍ଟି ପିନ୍ ଥିଲା ଅନ୍ୟତମ। ଏହାକୁ ତିଆରି କରିବା ପରେ ସେ ଯେବେ ଅନୁଭବ କଲେ ଯେ, ଏହା ବହୁତ ଆବଶ୍ୟକୀୟ ଜିନିଷ ତାକୁ ପେଟେଣ୍ଟ କରାଇଲେ। କିନ୍ତୁ ପରେ କରଜ ଶୁଝିବା ଲାଗି ତାକୁ ବିକ୍ରି ବି କରିଦେଲେ। ଯେଉଁଥିପାଇଁ ସେ ୪୦୦ ଡଲାର ପାଇଥିଲେ। ଉଦ୍ଭାବନ ପଛର କଥା: କୁହାଯାଏ ଓ୍ବାଲ୍ଟର ହଣ୍ଟଙ୍କ ପତ୍ନୀଙ୍କ ଡ୍ରେସ୍ର ବଟନ୍ ଛିଣ୍ଡି ଥରେ ଯାଇଥିଲା। ସେତେବେଳେ ଓ୍ବାଲ୍ଟର ଛୋଟିଆ ତାରଖଣ୍ଡେକୁ ମୋଡି ଏକ ଯୋଗାଡ କରିଥିଲେ, ଯାହାକି ବଟନ୍ ପରି କାମ କରିଥିଲା। ପରେ ସେ ସେହି ତାରରେ ଅଧିକ ଗବେଷଣା କରି ହାତ ଯେମିତି ଫୋଡି ନ ହୁଏ ସେଭଳି ଏକ ଡିଜାଇନ୍ କରି ଏହି ସେଫ୍ଟି ପିନକୁ ତିଆରି କଲେ। ସେତେବେଳେ ଏହାକୁ ‘ଡ୍ରେସ୍ ପିନ୍’ କୁହାଯାଉଥିଲା। ସମୟ ବଦଳିଲା। ହେଲେ ଏହାର ଆବଶ୍ୟକତା କମିଲା ନାହିଁ। ଏହା ଆଙ୍ଗୁଠିକୁ ସୁରକ୍ଷା ପ୍ରଦାନ କରୁଥିବାରୁ ପରେ ଏହାକୁ ‘ସେଫ୍ଟି ପିନ୍’ କୁହାଗଲା। ଏବେ ବି ଏହାର ମୁଖ୍ୟ କାମ ଡ୍ରେସ୍ ପିନ୍ କରିବା ଅଟେ। ଶାଢି, ସାଲଓ୍ବାର ସହ ଅନ୍ୟ ମଡର୍ଣ୍ଣ ଡ୍ରେସ୍ରେ ବି ଏହାକୁ ବ୍ୟବହାର କରାଯାଉଛି। ଏହାର ଉପଯୋଗିତା କମି ନ ଥିବାରୁ ଆଜିବି କୌଣସି କମ୍ପାନୀ ଏହାର ଡିଜାଇନ୍ରେ କିଛି ପରିବର୍ତ୍ତନ କରି ନାହାନ୍ତି। କେବଳ କିଛି କମ୍ପାନୀ ଶାଢୀ, ଡ୍ରେସ୍ ସହ ମ୍ୟାଚ୍ କଲାଭଳି କଲରଫୁଲ ସେଫ୍ଟି ପିନ୍ ତିଆରି କରୁଛନ୍ତି। ତା’ମାନେ ନୁହେଁ ଯେ, ଷ୍ଟିଲ୍ ସେଫ୍ଟି ପିନ୍ର ଚାହିଦା କମିଛି।
Trending
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
- ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ
- ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
- ଆସନ୍ତାକାଲି ମିଳିବ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି,ରାଜ୍ୟର ୪୧ ଲ୪ରୁ ଉର୍ଦ୍ଧ କୃଷକ ପରିବାର ଉପକୃତ ହେବେ
- ଭିତରକନିକାରେ ତିନି ଦିନ ଧରି ପକ୍ଷୀ ଗଣନା ଚାଲିବ,ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା
Prev Post
Next Post