ହିନ୍ଦୁ ଧର୍ମରେ ଜନ୍ମାଷ୍ଟମୀ ପର୍ବର ବିଶେଷ ମହତ୍ତ୍ୱ ରହିଛି । ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବକୁ ପାଳନ କରିବା ପାଇଁ ଏହି ପର୍ବ ପାଳନ କରାଯାଏ । ଜନ୍ମାଷ୍ଟମୀ ଦିନ ଶ୍ରୀକୃଷ୍ଣଙ୍କୁ ବାଳ ଗୋପାଳ ରୂପରେ ପୂଜା କରାଯାଏ । ଏହା ସାରା ଦେଶରେ ଖୁବ ହର୍ଷ, ଉଲ୍ଲାସରେ ପାଳନ କରିଥାନ୍ତି ଶ୍ରଦ୍ଧାଳୁ । କୃଷ୍ଣ ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ଭାଦ୍ରବ ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ଜନ୍ମଗ୍ରହଣ କରିଥିଲେ ପ୍ରଭୁ ବାଲ ଗୋପାଳ । ତେଣୁ ପ୍ରତ୍ୟେକ ମାସ ଏହି ଦିନରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯାଏ । ତେବେ ଚଳିତବର୍ଷ କେଉଁ ତାରିଖରେ ପଡ଼ୁଛି ଶ୍ରୀକୃଷ୍ଣଙ୍କ ଜନ୍ମ ତିଥି? ଆସନ୍ତୁ ଜାଣିବା କେବେ ପାଳନ ହେବ ପବିତ୍ର ଜନ୍ମାଷ୍ଟମୀ…ଜନ୍ମାଷ୍ଟମୀ ପ୍ରତ୍ୟେକ ବର୍ଷ ଭାଦ୍ରପଦ ମାସରେ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପାଳନ ହୋଇଥାଏ । ଚଳିତବର୍ଷ ଆସନ୍ତା ଅଗଷ୍ଟ ୨୬ ତାରିଖ ସକାଳ ୩.୩୯ ସମୟରୁ ଭାଦ୍ରବ ମାସର କୃଷ୍ଣ ପକ୍ଷ ଅଷ୍ଟମୀ ତିଥିର ଆରମ୍ଭ ହେଉଛି । ତେବେ ଏହାର ପର ଦିନ ଅର୍ଥାତ୍ ଅଗଷ୍ଟ ୨୭ ତାରିଖ ରାତି ୨.୧୯ ମିନିଟରେ ଶେଷ ହେବ ଏହି ପବିତ୍ର ତିଥି । ତେଣୁ ଉଦୟତିଥି ଅନୁସାରେ, ଚଳିତବର୍ଷ ଅଗଷ୍ଟ ୨୬ ତାରିଖ ସୋମବାର ଦିନ ପବିତ୍ର ଜନ୍ମାଷ୍ଟମୀ ପାଳନ କରିବ ସାରା ଭାରତ ।
Trending
- ଭାରତ ବନ୍ଦ କରିବ କି ୟୁକ୍ରେନ ଯୁଦ୍ଧ
- ସେପ୍ଟେମ୍ବର 7ରୁ ଆରମ୍ଭ ହେଉଛି ପିତୃପକ୍ଷ
- ଗୁରୁତର ଅଛନ୍ତି ଅଭିଜିତ ମଜୁମଦାର
- GST ସ୍ଲାବରେ ବଡ଼ ପରିବର୍ତ୍ତନ
- ଆଜି ପାର୍ଶ୍ୟ ପରିବର୍ତ୍ତିନ ଏକାଦଶୀ : କଣ ରହିଛି ରହସ୍ୟ
- ପଞ୍ଚାଏତ ନିର୍ବାଚନ ପୂର୍ବରୁ ଏନଏସି ଘୋଷଣା ବିଜେପିକୁ କେତେ ଫାଇଦା ଦେବ ?
- ନିଜ ଝିଅକୁ କାହିଁକି ଦଳରୁ ବାହାର କଲେ କେସିଆର୍
- ନବୀନ କାହାକୁ ସମର୍ଥନ କରିବେ ?
- କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଠାରୁ ମେଡ୍ ଇନ୍ ଇଣ୍ଡିଆ ଚିପ୍ସର ପ୍ରଥମ ସେଟ୍ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ନିଲମ୍ବିତ ତହସିଲଦାର ମଧୁସ୍କିତା ସିଂ ଗିରଫ
Prev Post
Next Post