ଏଲିୟନ ଯୁବକ ବିନି

ଏଲିୟନ ଯୁବକ ବିନି

ମେଟ୍ରୋ ଟିଭି ଓଡିଶା,୧୫/୧: ଏଲିୟନକୁ ଦେଖିବା ଓ ସେମାନଙ୍କ ବିଷୟରେ ଜାଣିବାକୁ ସମସ୍ତଙ୍କ ଇଚ୍ଛା ।ସେମାନେ କେଉଁ ଗ୍ରହ ସେଠାରେ ଥିବା ସମସ୍ତ ବିହୟକୁ ଜାଣିବାକୁ ଆମର ଆଗ୍ରହ ଥାଏ । ବିଶେଷ କରି ଏଲିୟନ ସମ୍ପର୍କରେ କିଛି ସୂଚନା ସାମ୍ନାକୁ ଆସିଲେ ତାକୁ ଦେଖିବା ଓ ଜାଣିବାକୁ ଲୋକଙ୍କ ମନରେ ଉତ୍ସାହ ଥାଏ । ଏହଲେ ଆମୋରିକାରେ ରହୁଥିବା ଯୁବକଙ୍କ ବୁଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ତାଙ୍କ ଇଚ୍ଛା ସେ ଏଲିୟନ ହୁଅନ୍ତୁ । ଏଥିପାଇ ସେ ନିଜ ଶରୀରରେ ଅନେକ ପରିବର୍ତ୍ତନ ମଧ୍ୟ କରିଛନ୍ତି ।


ସେ ହେଉଛନ୍ତି ୨୬ ବର୍ଷ ବୟସର ବିନି ଓହ । ୧୭ବର୍ଷ ବୟସରୁ ସେ ମେଡିଫିକେସନ ଜରିଆରେ ଶରୀରରେ ବିଭିନ୍ନ ପରିବର୍ତ୍ତନ କରି ଏଲିୟନ ହେବାକୁ ଆଶା ରଖିଛନ୍ତି । ଏବେ ତାଙ୍କ ଚେହେରାରେ ଏପରି ପତିବର୍ତ୍ତନ ଆସିଛି ଯେ, ତାଙ୍କୁ ଚିହ୍ନିବା ମୁସ୍କିଲ ହେଉଛି । ୮ବର୍ଷ ହେବ ସେ ଏପରି କରୁଛନ୍ତି । ଏବେ ସେ ନା ମଣିଷ ଭଳି ଦିଶୁଛନ୍ତି କି ତାଙ୍କ ପୂର୍ବ ଚେହେରା ମଧ୍ୟ ନାହିଁ ।


ସୂଚନା ଅନୁସାରେ ବିନିଙ୍କ ଇନଷ୍ଟାଗ୍ରାମରେ ୫୫,୯୦୦ ଫଲୋଅର୍ସ ଅଛନ୍ତି । ଫ୍ୟାନ ମାନେ ତାଙ୍କ ପୂର୍ବ ଓ ଏବେ ଫଟୋ ଦେଖି ଚକିତ ହୋଇଯାଉଛନ୍ତି । କିଛି ଫ୍ୟାନ୍ସ ମାନେ ତାଙ୍କର ଏହି ଡ୍ରାମାଟିକ ଟ୍ରାନ୍ସଫର୍ମେସନର ପ୍ରଶଂସା ମଧ୍ୟ କରିଛନ୍ତି ।