ଶୀତୁଆ ସକାଳ ସହ ଜଙ୍ଗଲ ପରିବେଷ୍ଟିତ ଶାନ୍ତି ଓ ସବୁଜ ପରିବେଶରେ ଭରପୁର ମଜା ନେବା ସହ ବଣଭୋଜି କରିବାରେ ମିଳିଥାଏ ନିଆରା ଅନୁଭୂତି । ଆଉ ସେହି ଅନୁଭୂତିର ମଜା ନେବାପାଇଁ ପର୍ଯ୍ୟଟନ ସ୍ଥଳୀରେ ଲାଗିଥାଏ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ । ଆମ ରାଜ୍ୟରେ ରହିଛି ଅନେକ ପର୍ଯ୍ୟଟନସ୍ଥଳୀ ସେଥିମଧ୍ୟରୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକରେ ଥିବା ରତ୍ନଗଣ୍ଡ ଜଳପ୍ରପାତ ଅନ୍ୟତମ । ଯାହାକି ଏଠିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଖାଲି ରାଜ୍ୟ ନୁହେଁ ବରଂ ରାଜ୍ୟବାହାରର ମଧ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।ବଣପାହାଡ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଓ ଶାନ୍ତ ପରିବେଶ ମଧ୍ୟରେ ରହିଛି ଏକ ପ୍ରାକୃତିକ ଝରଣା । କୁଳୁ କୁଳୁ ନାଦରେ ପାହାଡ଼ ଉପରୁ ଝରି ଆସୁ ଥିବା ନଦୀ, ପକ୍ଷୀ ମାନଙ୍କ ଚିକିରି ମିକିରି ଶବ୍ଦ ଓ ଶାନ୍ତ ପରିବେଶର ଦୃଶ୍ୟ ଯେ କୌଣସି ଲୋକଙ୍କୁ ମଧ୍ୟ ଆକର୍ଷିତ କରିନେବ। ଏ ହେଉଛି ବଣପାହାଡ଼ ଘେରା ଏହି ସୋନ୍ଦର୍ଯ୍ୟ ଭରା ସ୍ଥାନ ଦଶପଲ୍ଲାର ରତ୍ନଗଣ୍ଡ ଜଳପ୍ରପାତ । ଏହା ନୟାଗଡ଼ ଜିଲ୍ଲାର ଦଶପଲ୍ଲା ସଦର ମହକୁମା ଠାରୁ ପ୍ରାୟ ୧୭ କିଲୋମିଟର ଦୂର ବିରିଗଡ଼ ପାହାଡ଼ ପାଦଦେଶରେ ଅବସ୍ଥିତ । ପ୍ରତ୍ୟେକବର୍ଷ ନଭେମ୍ବରରୁ ଜାନୁଆରୀ ମାସ ଓ ବିଭିନ୍ନ ପର୍ବପର୍ବାଣୀ ସମୟରେ ଏହି ସ୍ଥାନରେ ଭୋଜି ଭାତ ସହ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ ।ପ୍ରତ୍ୟେକବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରତ୍ନଗଣ୍ଡ ଜଳପ୍ରପାତକୁ ଦେଖିବାକୁ ଆସୁଛନ୍ତି ଅନେକ ପର୍ଯ୍ୟଟକ। ରତ୍ନଗଣ୍ଡ ଜଳପ୍ରପାତ,ପରିସରରେ ରହିଛି ଏକ ପଥର ଶର୍ଯ୍ୟା । ପଥର ଶର୍ଯ୍ୟାରୁ ପ୍ରାୟ ୨ଶହ ଫୁଟର ଜଳପ୍ରପାତ ତା’ ସହିତ ବହୁ ଆକର୍ଷଣୀୟ ସ୍ଥାନ ରହିଥିବାବେଳେ ଏହାର ଚତୁଃପାର୍ଶ୍ବ ବଣ ପାହାଡ଼ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ।
Trending
- INS ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦି ସୈନିକମାନଙ୍କ ସହ ପାଳିଲେ ଦୀପାବଳି ଉତ୍ସବ
- ନାମାଙ୍କନ ଦାଖଲ କଲେ ସ୍ନେହାଙ୍ଗିନୀ ଛୁରିଆ
- ପୋଲିସ ସ୍ମାରକୀ ଦିବସ’ରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
- ଦୀପାବଳିରେ ଉପହାର ଦିଅନ୍ତୁ ଫାସ୍ଟ୍ୟାଗ ବାର୍ଷିକ ପାସ୍
- ଆଜି ଠାରୁ ଆରମ୍ଭ ହେଉଛି କାଳୀପୂଜା, ଉତ୍ସବମୂଖର ଭଦ୍ରକ ସହର
- ରାଜ୍ୟର ୪୮ ହଜାର ୬୯୩ ଜଣ ହିତାଧିକାରୀଙ୍କୁ ମିଳିଲା ଗୃହ ନିର୍ମାଣ ପାଇଁ କିସ୍ତି ପ୍ରଦାନ
- ଆଲୋକର ପର୍ବ ପବିତ୍ର ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ୨୬ ଲକ୍ଷ ଦୀପରେ ଝଲସି ଉଠିଛି ଅଯୋଧ୍ୟା ସହର
- ଯେଉଁ ଛାତ୍ରମାନେ ୧୮ ହଜାର ଟଙ୍କା ବୃତ୍ତି ପାଉଥିବେ, ସେମାନେ ‘ସୁଭଦ୍ରା’ ପାଇଁ ଅଯୋଗ୍ୟ ହେବେ
- ଆସନ୍ତା ସୋମବାର ଓ ମଙ୍ଗଳବାର ଦୁଇ ଦିନ ପାଇଁ ଦୀପାବଳି ଛୁଟି ଘୋଷଣା କଲେ ରାଜ୍ୟ ସରକାର
Prev Post
Next Post