ଆଜିର ଦିନରେ କାହିଁକି ପାଳନ ହୁଏ ସାଧାରଣତନ୍ତ୍ର ଦିବସ ?

ଆଜିର ଦିନରେ କାହିଁକି ପାଳନ ହୁଏ ସାଧାରଣତନ୍ତ୍ର ଦିବସ ?

ମେଟ୍ରୋ ଟିଭି ଓଡିଶା,୨୬/୧ : ଆଜି ଦେଶ ପାଳନ କରୁଛି ୭୩ତମ ସାଧାରଣତନ୍ତ୍ର ଦିବସ । ଆମ ଦେଶ ବ୍ରିଟିଶ୍ ରାଜ୍ ରୁ ମୁକ୍ତ ହୋଇ ୧୯୪୭ ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନ ହୋଇଥିଲା । ହେଲେ ସମ୍ବିଧାନ ଲାଗୁ ହେଲା ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ । ପ୍ରତି ବର୍ଷ ଜାନୁଆରୀ ୨୬ ତାରିଖକୁ ସାଧାରଣତନ୍ତ୍ର ଦିବସ ଭାବ ପୂର୍ଣ୍ଣ ସ୍ୱରାଜ ଦିବସ ଭାବେ ପାଳନ କରାଯାଉଛି । ଏହା ଦେଶବାସୀଙ୍କର ଆତ୍ମସମୀକ୍ଷା ଓ ସଂକଳ୍ପ ଦିବସ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏ ପରିପ୍ରେକ୍ଷୀରେ ବ୍ୟକ୍ତିବିଶେଷ ଦେଶର ଜାତୀୟ ସଂହତି ଅକ୍ଷୁଣ୍ଣ ରଖିବାକୁ ସଦାଚେଷ୍ଟିତ ହୋଇଥାଆନ୍ତି। ବିଶ୍ୱର ସର୍ବବୃହତ୍ ଲୋକତନ୍ତ୍ରର ଦେଶ ହେଉଛି ଭାରତବର୍ଷ। ଗଣତନ୍ତ୍ର ଦିବସରେ ଭାରତବାସୀ ନିଜର ଅଦ୍ୱିତୀୟ ସମ୍ବିଧାନକୁ ଅଙ୍ଗୀକୃତ, ଅଧିନିୟମିତ ଏବଂ ଆତ୍ମୋର୍ପିତ କରିଥିଲେ। ଏଥିପାଇଁ ଏହି ଦିନରେ ସମସ୍ତଙ୍କ ନିମନ୍ତେ ସମ୍ବିଧାନର ମୌଳିକ ମୂଲ୍ୟବୋଧ ସମ୍ପର୍କରେ ଗଭୀରଭାବେ ବିଚାର କରିବାର ଅବସର ଆସିଛି ।

ସ୍ୱାଧୀନତା ପରେ ଦେଶର ସମ୍ବିଧାନ ଲେଖା ଆରମ୍ଭ ହୋଇଥିଲା । ଡ. ଭୀମରାଓ ଆମ୍ବେଦକରଙ୍କ ନେତୃତ୍ୱରେ ସମ୍ବିଧାନ ଲେଖା ଯାଇଥିଲା । ଏହାକୁ ଲେଖିବା ପାଇଁ ଲାଗିଥିଲା ୨ ବର୍ଷ ୧୧ ମାସ ଓ ୧୮ ଦିନ । ଆମକୁ ଏକତା ସୂତ୍ରରେ ବାନ୍ଧି ରଖିଛି ଆମ ଗଣତନ୍ତ୍ର। ଆମ ମୈତ୍ରୀ ଓ ସାମୂହିକଭାବ ଆସିଛି ଆମ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ପ୍ରଭାବରୁ । ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ଜାତୀୟ ପତାକା ଉତ୍ତୋଳନ କରନ୍ତି । ଏହି ଅବସରରେ ୨୧ଟି ତୋପର ସଲାମୀ ଦିଆଯାଏ । ଦିଲ୍ଲୀ ରାଜପଥରେ ଆୟୋଜିତ ହୁଏ ଏହି ଭବ୍ୟ ସମାରୋହ ।

ସେପଟେ ପ୍ରଧାନମନ୍ତ୍ରୀ ଅମରଜ୍ୟୋତି ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥାନ୍ତି ।୧୯୫୫ରେ ପ୍ରଥମଥର ସାଧାରଣତନ୍ତ୍ର ଦିବସରେ ପରେଡ୍ ଅନୁଷ୍ଠିତ ହୋଇଥିଲା ।