ପ୍ରତିବର୍ଷ ପାଳନ ନୀଳାଦ୍ରି ବିଜେରେ ରସଗୋଲା ଦିବସ ହୁଏ। ୨୦୧୫ରୁ ଓଡ଼ିଶାରେ ଏହି ଦିବସ ପାଳନ କରାଯାଇଆସୁଛି। ଗୁଣ୍ଡିଚା ମନ୍ଦିରରେ ନଅ ଦିନ ରହି ମାଉସୀ ମା’ ଘର ପାଖରେ ଅଟକି ବାଟରେ ପୋଡ଼ପିଠା ଖାଇ ମହାପ୍ରଭୁ ଶ୍ରୀମନ୍ଦିର ଫେରିଥିଲେ। ବାହୁଡ଼ା ପରଦିନ ରଥ ଉପରେ ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ସୁନାବେଶରେ ଦର୍ଶନ ଦେଇଥିଲେ। ଏହା ପରେ ଶ୍ରୀଜିଉଙ୍କର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ରୀତିନୀତି ହେଲା ଅଧରପଣା ଏବଂ ଆଜି ହେଉଛି ନୀଳାଦ୍ରି ବିଜେ। ଏହି ନୀଳାଦ୍ରି ବିଜେରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିକଟରେ ଭୋଗ ହୋଇଥାଏ ରସଗୋଲା। ତେବେ ଆଜିର ଦିନରେ କାହିଁକି ରସଗୋଲା ଭୋଗ ହୁଏ ଜାଣନ୍ତୁ ସେ ସମ୍ପର୍କରେ…ମହାପ୍ରଭୁଙ୍କ ଉପାସନାରେ ଦୁଇ ପ୍ରକାର ଭୋଗ ବ୍ୟବସ୍ଥା ରହିଛି। ତାହା ହେଲା ସଙ୍କୁଡ଼ି ଓ ନିଃସଙ୍କୁଡ଼ି। ସାଧାରଣତଃ ଅନ୍ନ, ଡାଲି, ବେସର ପ୍ରଭୃତିକୁ ସଙ୍କୁଡ଼ି ଭୋଗ କୁହାଯାଉଥିବା ବେଳେ ନିଃସଙ୍କୁଡ଼ି ଭୋଗ କହିଲେ ପିଠାପଣାକୁ ବୁଝାଯାଏ। ଏହା ମଧ୍ୟ ଦୁଇଭାଗରେ ବିଭକ୍ତ। ପିଷ୍ଟାନ୍ନ ଓ ମିଷ୍ଟାନ୍ନ। ଘିଅ ବ୍ୟବହୃତ ହୋଇ ପ୍ରସ୍ତୁତ ହେଉଥିବା ପିଠାକୁ ପିଷ୍ଟାନ୍ନ ଓ ବିନା ଘିଅରେ ପ୍ରସ୍ତୁତ ଅମୁଣିଆକୁ ମିଷ୍ଟାନ୍ନ କୁହାଯାଏ। ବର୍ଷକୁ ଥରେ ଘିଅ ବ୍ୟବହାର ନ ହୋଇ ଛେନାରେ ପ୍ରସ୍ତୁତ ମିଠା ହେଲା ରସଗୋଲା। ଏହା ଦାରୁଦିଅଁଙ୍କ ନୀତି ସହିତ ସମ୍ପୃକ୍ତ ହୋଇଛି। ଦାରୁଦିଅଁ ଆଡ଼ପମଣ୍ଡପରୁ ଆସି ନୀଳାଦ୍ରି ବିଜେ ଦିନ ଶ୍ରୀମନ୍ଦିରର ଭଣ୍ଡାର ଗୃହ ନିକଟରେ ପହଞ୍ଚତ୍ବା ପରେ ୫ଟି ନୀତି ସମ୍ପନ୍ନ ହୋଇଥାଏ। ପ୍ରଥମେ ଗଇଁଠାଳ ଖୋଲାଯିବା ପରେ ବନ୍ଦାପନା ନୀତି ହୋଇଥାଏ। ତାହାପରେ ଭିତରଚ୍ଛ ମହାପାତ୍ର ଦାରୁଦିଅଁଙ୍କ ପ୍ରତିନିଧି ରୂପେ ସେଠାରେ ଉପସ୍ଥିତ ହୋଇ ରସଗୋଲା ଭୋଗ କରାଇଥାନ୍ତି। ଏହାପରେ ଘଷା ନୀତି ହୋଇ ବିଡ଼ିଆ ମଣୋହି ହୁଏ। ଏହି ପାଞ୍ଚନୀତି ପରେ ଦାରୁଦିଅଁ ରତ୍ନବେଦୀକୁ ବିଜେ କରନ୍ତି।ପୌରାଣିକ କଥା ଅନୁଯାୟୀ, ରସଗୋଲା ଦେବୀ ଲକ୍ଷ୍ମୀଙ୍କୁ ଭୋଗ ଭାବରେ ଅର୍ପଣ କରାଯାଇଛି। ବିଶ୍ୱାସ କରାଯାଏ, ପ୍ରଭୁ ଜଗନ୍ନାଥ ମା’ ଲକ୍ଷ୍ମୀଙ୍କ ବିନା ଅନୁମତିରେ ୯ ଦିନର ଯାତ୍ରାରେ ଯାଇଥିଲେ। ସ୍ବାମୀ ଏବଂ ତାଙ୍କ ଯାତ୍ରାକୁ ନେଇ ମା’ ଲକ୍ଷ୍ମୀ ରାଗି ମନ୍ଦିରର ପ୍ରବେଶ ଦ୍ୱାରରେ ତାଲା ପକାଇ ଦେଇଥିଲେ ଯେ, ତାଙ୍କ ସ୍ବାମୀ ଯେପରି ଘର ଭିତରକୁ ପ୍ରବେଶ ନ କରନ୍ତି। ତେଣୁ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ପ୍ରଭୁ ଜଗନ୍ନାଥ ତାଙ୍କୁ ରସଗୋଲା ଅର୍ପଣ କରିଥିଲେ।ପ୍ରଭୁ ଜଗନ୍ନାଥଙ୍କ ରତ୍ନବେଦୀକୁ ପ୍ରତ୍ୟାବର୍ତ୍ତନ ରସଗୋଲା ଦିବସ ସହିତ ଜଡ଼ିତ ରହିଛି।
Trending
- ଆସନ୍ତା ସୋମବାର କୁ ଦୀପାବଳୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର
- ଗୁଜରାଟରେ ବଡ଼ ଧରଣର ରାଜନୈତିକ ହଲଚଲ୍, ଇସ୍ତଫା ଦେଇଦେଲେ ସବୁ ମନ୍ତ୍ରୀ
- ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪୪ଜଣ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ କରିଛି ଜେଡିୟୁ
- ବିଜୟ ସଂକଳ୍ପ ସମାବେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟ ସରକାର
- ୭୯ ବର୍ଷରେ ପାଦ ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
- କାହିଁକି ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କଲା ବିଜେଡ଼ି
- ମ୍ୟାଥ୍ସ ଜିନିୟସ୍ 2025ରେ ସଫଳତା ହାସଲ କଲେ ଭାରତୀ ବିଦ୍ୟାମନ୍ଦିର ଛାତ୍ର ସାଇ ସମର୍ଥ ସାହୁ
- ସ୍ନେହାଙ୍ଗିନୀ ଛୁରିଆ ହେବେ ବିଜେଡି ପ୍ରାର୍ଥୀ
- ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କଲା ବିଜେପି
- ୫୭ ଆସନ ପାଇଁ ଜେଡିୟୁର ପ୍ରାର୍ଥୀ ଘୋଷଣା
Prev Post
Next Post