ଆଜି ହେଉଛି ବିଶ୍ୱ ଦୃଷ୍ଟି ଦିବସ । ଆମ ଶରୀରର ସମସ୍ତ ଅଙ୍ଗ ମଧ୍ୟରୁ ଚକ୍ଷୁ ହେଉଛି ଏକ ସ୍ଵତନ୍ତ୍ର ତଥା ମୂଲ୍ୟବାନ୍ ଅଙ୍ଗ। ଯାହା ଦ୍ୱରା ଆମେ ଏ ସୁନ୍ଦର ଦୁନିଆକୁ ଦେଖିପାରୁଛୁ । ଆଖି ଦ୍ଵାରା ପଢ଼ିବା, ଲେଖିବା, ଦେଖିବାଠାରୁ ଆରମ୍ଭ କରି ଅନେକ କାମ ହୋଇଥାଏ । ଯଦି ଥରେ ଦୃଷ୍ଟିଶକ୍ତି ହରାଇଲେ ମଣିଷ ଅନ୍ଧ ହୋଇଯାଏ ଓ କୌଣସି କାମ କରିପାରେ ନାହିଁ। ତେଣୁ ଆଖିର ଯତ୍ନ ନେବା ସହ ସୁସ୍ଥ ରଖୁବା ପାଇଁ ପ୍ରତ୍ୟେକ ବ୍ୟକ୍ତି ସଚେତନ ହେବା ଜରୁରୀ । ତେବେ ଆଖିର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବର୍ଷ ସାରା ବିଶ୍ୱରେ ଅକ୍ଟୋବର ମାସ ଦ୍ୱିତୀୟ ଗୁରୁବାରକୁ ‘ବିଶ୍ୱ ଦୃଷ୍ଟି ଦିବସ’ ଭାବେ ପାଳନ କରାଯାଉଛି । ପ୍ରତି ବର୍ଷ ଏହା ପାଇଁ ସ୍ଵତନ୍ତ୍ର ଥମ୍ ପ୍ରସ୍ତୁତ ହୋଇଥାଏ । ଏ ବର୍ଷର ଥମ୍ ହେଉଛି ‘ଲଭ୍ ୟୋର୍ ଆଇଜ୍ ଆଟ୍ ୱର୍କ’ ନିଜନିଜ ଆଖୁକୁ ଭଲ ପାଆନ୍ତୁ ଓ ଆଖିର ଯତ୍ନ ନିଅନ୍ତୁ ।କମ୍ପ୍ୟୁଟର ସ୍କ୍ରିନ ଆଗରେ ଅଧିକ ସମୟ କାମ ନ କରି ମଝିରେ ମଝିରେ ବିଶ୍ରାମ ନେବେ ଓ ଆଣ୍ଟିଗ୍ନେୟାର ଚଷମା ପିନ୍ଧିବେ। ନିଜେ ନିଜ ଆଖିକୁ ବିଭିନ୍ନ ପ୍ରକାର କ୍ଷତିକାରକ ଜିନିଷରୁ ଦୂରେଇ ରଖିବା ସହ ନିୟମିତ ଚେକ୍ଅପ୍ କରାନ୍ତୁ । ଆଖିର ନେବାକୁ ହେଲେ ପାଞ୍ଚଟି ଜିନିଷ ଆଖି ଆଗରେ ରଖିବାକୁ ହୋଇଥାଏ। ପ୍ରଥମଟି ହେଉଛି ପ୍ରିଭେନ୍ଶନ୍ ବା’ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ । ଆଖୁକୁ ସୁସ୍ଥ ରଖିବା ପାଇଁ ନିଜ ଜୀବନଶୈଳୀର ପରିବର୍ତ୍ତନ ସହ ଭିଟାମିନ୍ ଏ, ବି ଓ ସି’ଯୁକ୍ତ ଖାଦ୍ୟ ତଥା ଗାଜର, ସବୁଜ ପନିପରିବା ଓ ଫଳ ଖାଇବା ଭଲ । ଏହା ଛଡ଼ା ଧୂମପାନ ଓ ମଦ୍ୟପାନରୁ ଦୂରେଇ ରହିବା ଆବଶ୍ୟକ। ମଧୁମେହ ଓ ଉଚ୍ଚ ରକ୍ତଚାପ ଥିଲେ ଉପଯୁକ୍ତ ଔଷଧ ସେବନ ଓ ଆଖିର ଚେକ୍ଅପ୍ କରିବା ଜରୁରୀ । ସୁରକ୍ଷା ଦୃଷ୍ଟିରୁ ଆଇବ୍ରେନ୍ ବା ଆଖ୍ ଉପରେ ଚାପ ପକାଇବେ ନାହିଁ। ତେଣୁ ସବୁବେଳେ ଆଖିର ଯନ୍ତ୍ର ଓ ଚିକିତ୍ସା ତଥା ନିଜ କର୍ମକ୍ଷେତ୍ରରେ ମଧ୍ୟ କେମିତି ନିୟମିତ ଏହାର ଯନ୍ତ୍ର ନେବେ, ତା’ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ଶିଶୁମାନଙ୍କଠାରୁ ବୟସ୍କମାନଙ୍କ ଯାଏଁ ସମସ୍ତେ ଏଥରେ ଆକ୍ରାନ୍ତ ହୋଇଥାନ୍ତି । ତେଣୁ ଶିଶୁଙ୍କ ଚକ୍ଷୁର ସୁରକ୍ଷା ପାଇଁ ସବୁବେଳେ ସେମାନଙ୍କୁ ସୁଷମ ଖାଦ୍ୟ ଖୁଆଇବା ସହ ବାହାରେ ଖୋଲା ସୂର୍ଯ୍ୟ କିରଣରେ କିଛି ସମୟ ବୁଲାଇବା ଦରକାର । ତେବେ ବିଶେଷ ଭାବରେ ଦୃଷ୍ଟିଦୋଷ, ଧଳା ମୋତିଆ ବା’ କାଟାରାକ୍ଟ , କଳା ମୋତିଆ ବା ଗ୍ଲୁକୋମା, ଡାଏବେଟିକ୍ ରେଟିନୋପାଥି, ଆଖି ଧରା ରୋଗ,କେରାଟାଇଟିସ୍ ବା’ କର୍ଣ୍ଣିଆ ରୋଗ ଇତ୍ୟାଦି ଆଖୁକୁ ଆକ୍ରାନ୍ତ କରିଥାଏ । ସେଥିପାଇଁ ସମସ୍ତେ ନିଜ ନିଜ ଚକ୍ଷୁର ଯତ୍ନ ନେବା ସହ ଏଥିରେ ସାମାନ୍ୟ ସମସ୍ୟା ଦେଖାଦେଲେ ଅବହେଳା ନ କରି ତୁରନ୍ତ ଜଣେ ଚକ୍ଷୁରୋଗ ବିଶେଷଜ୍ଞଙ୍କ ଦ୍ଵାରା ଚିକିତ୍ସା କରାଇବା ଆବଶ୍ୟକ ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post