ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଦ୍ୱାରା ସମ୍ପର୍କ ଦୃଢ଼ ହୁଏ। ଫଳରେ ନକାରାତ୍ମକ ଚିନ୍ତାଧାରା ଦୂର ହୋଇ ବିକାଶର ମାର୍ଗ ପ୍ରଶସ୍ତ ହୋଇଥାଏ। ଏହା ପରିବାର-ପରିବାର, ସମାଜ-ସମାଜ, ରାଜ୍ୟ-ରାଜ୍ୟ ତଥା ଦେଶ-ଦେଶ ପାଇଁ ଲାଗୁ ହୋଇପାରେ। ସେହିପରି ଶାନ୍ତି ଆସିବାର ମୁଖ୍ୟ ମାଧ୍ୟମ ହେଉଛି ଅହିଂସା। ଅତି ପ୍ରାଚୀନକାଳରୁ ପୃଥିବୀର ବିଭିନ୍ନ ସଭ୍ୟତା ଅହିଂସା ସମ୍ପର୍କରେ ଭଲଭାବେ ଅବଗତ ଥିଲେ। ଅହିଂସା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା ଦୀର୍ଘସ୍ଥାୟୀ ବୋଲି ମଧ୍ୟ ମାନବ ସମାଜକୁ ଭଲଭାବେ ଜଣାଥିଲା। ଶାନ୍ତି, ପ୍ରେମ ଦ୍ୱାରା ହୃଦୟକୁ ଜୟ କରି ହୋଇଥିବା ବିଜୟ ହିଁ ପ୍ରକୃତ ମାନବିକତାକୁ ପ୍ରତିପାଦିତ କରିପାରିଥାଏ।ଶାନ୍ତିପୂର୍ଣ୍ଣ ସହାବସ୍ଥାନରେ ବସୁଧୈବ କୁଟୁମ୍ବକମ୍ ଲକ୍ଷ୍ୟ ସମ୍ଭବ। ପୃଥିବୀରେ ମତଭେଦ, ଯୁଦ୍ଧ, ଆତଙ୍କବାଦ ଦୂର ହୋଇ ଗୋଟିଏ ବୃହତ୍ ପରିବାର ଗଠନର ପରିକଳ୍ପନା ବାସ୍ତବ ରୂପ ନେଇପାରିବ। ଏହାକୁ ହୃଦୟଙ୍ଗମ କରି ମିଳିତ ଜାତିସଂଘ ସାଧାରଣ ସଭା ଦ୍ୱାରା ୧୯୮୧ରେ ଶାନ୍ତି ଓ ଅହିଂସା ଦିବସ ପାଳନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହାର ଦୁଇ ଦଶନ୍ଧି ପରେ, ୨୦୦୧ରେ ସର୍ବସମ୍ମତିକ୍ରମେ ସେପ୍ଟେମ୍ବର ୨୧କୁ ଅନ୍ତର୍ଜାତୀୟ ଶାନ୍ତି ଦିବସ ଭାବେ ପାଳନ କରିବାକୁ ସ୍ବୀକୃତି ପ୍ରଦାନ କରାଯାଇଥିଲା। ସେବେଠାରୁ ପ୍ରତିବର୍ଷ ଏହି ଦିନ ଶାନ୍ତି ଏବଂ ଅହିଂସା ସମ୍ପର୍କରେ ବିଶ୍ୱବ୍ୟାପୀ ସଚେତନତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି, ଯାହାଦ୍ୱାରା ପୃଥିବୀ ଯୁଦ୍ଧଠାରୁ ଦୂରେଇ ଆସିବ ଏବଂ ବିଭିନ୍ନ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ସମ୍ଭବ ହୋଇପାରିବ।
Trending
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
Prev Post
Next Post