ରାମ ମନ୍ଦିର: 500 ବର୍ଷର ସଂଘର୍ଷ ପରେ ଯୁଦ୍ଧର ସମାପ୍ତି
ଶହ ଶହ ବର୍ଷର ସଂଘର୍ଷ ପରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି । କିନ୍ତୁ ମନ୍ଦିର ପ୍ରତିଷ୍ଠା ହେବା ପୂବର୍ରୁ ରାମ ମନ୍ଦିର ଭାଙ୍ଗିବା ନେଇ ଅଜଣା ଇତିହାସ ରହିଛି । ଏହି ଇତିହାସ ଦେଖିଲେ ଜଣାପଡ଼େ କିପରି ଯୁଦ୍ଧ ସବୁ ହୋଇଥିଲା । ଯେଉଁ ଯୁଦ୍ଧରେ ପ୍ରଭୁ ଶ୍ରୀରାମଙ୍କ ଘର ମଧ୍ୟ ଧ୍ବଂସ ହୋଇଯାଇଥିଲା । ଲକ୍ଷ ଲକ୍ଷ ଭାରତୀୟଙ୍କ ଜୀବନ ଯାଇଥିଲା । ଭାରତୀୟଙ୍କ ଉପରେ ବର୍ବରମାନେ ଆକ୍ରମଣ କରି ଖାଲି ହତ୍ୟା କରିନଥିଲେ ଲକ୍ଷ ଲକ୍ଷ ମନ୍ଦିର ମଧ୍ୟ ଧ୍ବଂସ କରିଥିଲେ । ଯେଉଁମାନେ ହିନ୍ଦୁ ମନ୍ଦିର ଭାଙ୍ଗିଥିଲେ ଲକ୍ଷ ଲକ୍ଷ ହିନ୍ଦୁଙ୍କୁ ହତ୍ୟା କରିଥିଲେ । ସେହି ବର୍ବରଙ୍କ ଆକ୍ରମଣରେ ହିନ୍ଦୁଙ୍କ ପବିତ୍ର ମନ୍ଦିର ଗୁଡ଼ିକ ଖାଲି ଭାରତରେ ଧ୍ୱଂସ ହୋଇନଥିଲା ଅନେକ ଐତିହ୍ୟସ୍ଥଳୀ ମଧ୍ୟ ଧ୍ବଂସ ପାଇଯାଇଥିଲା । ବର୍ବରଙ୍କ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିଲା ସମଗ୍ର ଦକ୍ଷିଣ ପୂର୍ବ ଏସିଆ । ଭଗବାନ୍ ରାମଙ୍କ ସହର ଅଯୋଧ୍ୟା ଏଥିରୁ ବର୍ତ୍ତିନଥିଲା । ଯାହାକି ହଜାର ହଜାର ବର୍ଷ ପରେ ପୁଣି ହିନ୍ଦୁମାନେ ପୂର୍ବ ଐତିହ୍ୟ ଫେରି ପାଇଛନ୍ତି ।
ସପ୍ତମ ଶତାବ୍ଦୀର ଏକ ଦଶନ୍ଧି ମଧ୍ୟରେ ଆରବୀୟମାନେ ପାର୍ସି ଉପରେ ଆକ୍ରମଣ କରି ସେମାନଙ୍କୁ ନିଜ ଦେଶରୁ ବିଦା କରିଥିଲେ । ଏଥିପାଇଁ ସେମାନଙ୍କୁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେବାକୁ ପଡ଼ିଥିଲା । ନିରୀହ ଲୋକଙ୍କୁ ହତ୍ୟା କରି ସେମାନେ ଆଗକୁ ଆଗକୁ ମାଡ଼ିଚାଲିଥିଲେ । ସେମାନଙ୍କ ସମସ୍ତ ସଭ୍ୟତା ଧ୍ବଂସ କରିଦିଆଯାଇଥିଲା । ସେତେବେଳେ ପାର୍ସିମାନେ ଭାରତ ଉପରେ ଆଶା ରଖିଥିଲେ ଯେ ଭାରତୀୟମାନେ ଆସି ଉଦ୍ଧାର କରିବେ । କିନ୍ତୁ ଭାରତ ନିଜ ସୀମା ବାହାରକୁ ଯାଇ ଯୁଦ୍ଧରେ ସାମିଲ ହୋଇନଥିଲା । ପାର୍ସିମାନେ ଭାବିଥିଲେ ସେମାନଙ୍କର ସଭ୍ୟତାକୁ ପୁନ ଜାଗ୍ରତ କରିବେ। କିନ୍ତୁ ସେପରି ହେଲା ନାହିଁ । ବର୍ବରମାନେ ଆକ୍ରମଣ କରି ଆଗକୁ ଆଗକୁ ମାଡ଼ି ଚାଲିଲେ । ସେତେବେଳେ ଭାରତବାସୀ ଜାଣିନଥିଲେ ସେହି ବର୍ବରମାନେ ଦିନେ ଭାରତ ଆକ୍ରମଣ କରିବେ । ଭାରତର ସଭ୍ୟତାକୁ ଧ୍ବଂସ କରିବେ । କିନ୍ତୁ ତାହା ଘଟିଥିଲା ।
ଖଣ୍ଡାଧାରରେ ରକ୍ତ ବୁହାଇ ବର୍ବରମାନେ ମରକ୍କୋରୁ ଜାପାନ ପର୍ଯ୍ୟନ୍ତ ହାଣକାଟ କରିଚାଲିଥିଲେ । ଏହା ପରେ ସେମାନେ ଭାରତରେ ପହଁଚିଥିଲେ । ଆଗକୁ ଆଗକୁ ମାଡ଼ି ଚାଲିବାରେ ସେମାନଙ୍କୁ ଖଣ୍ଡା ହିଁ ସାହାଯ୍ୟ କରିଥିଲା । ପ୍ରଥମେ ମହାରାଷ୍ଟ୍ରର କଲ୍ୟାଣ ଅଞ୍ଚଳରେ, ପରେ ଗୁଜୁରାଟ, ପରେ ସିନ୍ଧରେ ସେମାନେ ଆକ୍ରମଣ କରି ଦଖଲ କରିଚାଲିଲେ । ସମସ୍ତ ଅଞ୍ଚଳରେ ଭାରତ ତୀବ୍ର ପ୍ରତିରୋଧ କଲା। ହଜାର ହଜାର ବର୍ବର ମୃତ୍ୟୁବରଣ କଲେ । ଭାରତୀୟମାନେ ବର୍ବର ଲୋକଙ୍କୁ ଏପରି କ୍ଷତାକ୍ତ କଲେ ସେମାନେ କଳ୍ପନାରେ ସୁଦ୍ଧା ଭାବି ନଥିଲେ । ସେମାନେ ଭାବିଲେ କେବଳ ଯୁଦ୍ଧରେ ଭାରତୀୟଙ୍କୁ ପରାସ୍ତ କରିବା ଅସମ୍ଭବ । କାରଣ ଏହି ଭାରତୀୟମାନେ ମହାନ ବୀର ଆଲେକଜାଣ୍ଡାରଙ୍କୁ ତାଙ୍କ ରାସ୍ତା ଅଟକାଇଥିଲେ । ମୋଙ୍ଗୋଲମାନେ ଭାରତ ଭିତରକୁ ପ୍ରବେଶ କରିପାରିନଥିଲେ । ଭାରତୀୟମାନେ କ୍ରମାଗତ ଭାବରେ ଆକ୍ରମଣକାରୀଙ୍କୁ ପରାସ୍ତ କରିଥିଲେ । 655 ଖ୍ରୀଷ୍ଟାବ୍ଦରୁ ଆଜି ପର୍ଯ୍ୟନ୍ତ ମଧ୍ୟ ଭାରତୀୟ ମାନେ ଅନେକ ଯୁଦ୍ଧ ଲଢ଼ିଚାଲିଛନ୍ତି ସେମାନଙ୍କ ସଂସ୍କୃତି, ଐତିହ୍ୟକୁ ବଞ୍ଚାଇବା ପାଇଁ । ଏଥିପାଇଁ 80 କୋଟି ଲୋକ, 25% ଜମି, ଲକ୍ଷ ଲକ୍ଷ ମନ୍ଦିର, ହଜାର ହଜାର ବିଶ୍ୱବିଦ୍ୟାଳୟ ଧ୍ବଂସ ହୋଇଥିଲେ ମଧ୍ୟ ଆଜି ବି ଭାରତୀୟ ସଂସ୍କୃତି ବଞ୍ଚି ରହିଛି । ବର୍ବରମାନଙ୍କ ନିରନ୍ତର ଆକ୍ରମଣର ପ୍ରତିରୋଧକୁ ଜୀବନ୍ତ ରଖାଯାଇପାରିଛି । ଯେଉଁ ବର୍ବରମାନଙ୍କଠାରେ ଦୟା ମାନବିକତା ବୋଲି କିଛି ବି ନାହିଁ । ସେମାନେ କେବଳ ଷଡଯନ୍ତ୍ର କରି ଭାରତକୁ ଦଖଲ କରିପାରିଛନ୍ତି । ଭାରତୀୟଙ୍କ ମୁର୍ଖତା ପାଇଁ ବର୍ବରମାନେ ଭାରତରେ ପଶିପାରିଥିଲେ । ଭାରତର କିଛି ଲୋଭୀ ଲୋକଙ୍କ ସାହାଯ୍ୟରେ ବର୍ବରମାନେ କିଛି ଶହ ବର୍ଷ ଭାରତର କିଛି ଅଞ୍ଚଳକୁ ଦଖଲ କରିଥିଲେ ମଧ୍ୟ ଭାରତର ଆତ୍ମାକୁ କିନ୍ତୁ ହତ୍ୟା କରିପାରିନଥିଲେ । ଏଥିପାଇଁ ଲକ୍ଷ ଲକ୍ଷ ବୀର ସହିଦ ହୋଇଛନ୍ତି । ହଜାର ହଜାର ବୀରଙ୍ଗନା ଯୁଦ୍ଧଭୂମିରେ ବଳିଦାନ ଦେଇଛନ୍ତି ।
ସମସ୍ତ ବୀରଙ୍କୁ ଇତିହାସ ମନେ ରଖିନାହିଁ । ତେବେ ତାଙ୍କର ତ୍ୟାଗ ପାଇଁ ଭାରତର ଆତ୍ମା, ସଂସ୍କୃତି, ଐତିହ୍ୟ ବଞ୍ଚିରହିଛି । ଯେଉଁମାନେ ବଳିଦାନ ଦେଇଥିଲେ ସେମାନଙ୍କ ପାଇଁ ଆଜି ରାମ, କୃଷ୍ଣଙ୍କ କଥା ଶୁଣିବାକୁ ମିଳୁଛି । ନହେଲେ ସମସ୍ତ ଭୂମି ଏବଂ ମନ୍ଦିର ହରାଇଥାନ୍ତା ଭାରତ । ଯେଉଁ ରାଜାମାନେ ନିଜର ସର୍ବସ୍ବ ହରାଇ ଲଢ଼ିଥିଲେ ସେମାନଙ୍କ ମଧ୍ୟରେ ମହାରାଣା ପ୍ରତାବ, ସୁହେଲଦେବ ଆକ୍ରମଣକାରୀଙ୍କୁ ବାରମ୍ବାର ଧ୍ୱଂସ କରିଥିଲେ । ସିନ୍ଧରେ ରାଜା ଡାହିର ଯୁଦ୍ଧ ହାରିଗଲେ ମଧ୍ୟ ତାଙ୍କ ଝିଅମାନେ ଯୁଦ୍ଧ କରି ଜୀବନ ହାରିଥିଲେ । ସାଧୁ ଏବଂ ସନ୍ଥ, ଆଦିବାସୀ, କୃଷକ, ଯୋଦ୍ଧା, ମହିଳା, ଶିଶୁ ସମସ୍ତେ ଭାରତର ମୂଳତତ୍ତ୍ବକୁ ରକ୍ଷା ପାଇଁ ଜୀବନ ଦେଇଛନ୍ତି । ସେମାନଙ୍କ ପାଇଁ ଆଜି ଗଙ୍ଗା ବଞ୍ଚିଛି । ମହାଦେବ ଅଛନ୍ତି । ହିମାଳୟ ଭାରତର ଐତିହ୍ୟକୁ ବହନ କରୁଛି । ଭାରତର ଦୁର୍ବଳତାର ମୁହୂର୍ତ୍ତରେ ସେମାନେ ଷଡ଼ଯନ୍ତ୍ର କରି ହୁଏତ କିଛି ବର୍ଷ ଶାସନ କରିବାରେ ସଫଳ ହେଲେ । ସୋମନାଥ ଏବଂ ଅନ୍ୟାନ୍ୟ ମନ୍ଦିର ଭାଙ୍ଗିବାରେ ସଫଳ ହେଲେ । କିନ୍ତୁ ଭାରତୀୟମାନେ ସେମାନଙ୍କ ଇତିହାସ ମନେ ରଖିବା ପାଇଁ ହଜାର ହଜାର ଲୋକଗୀତ ସୃଷ୍ଯି କଲେ ଯାହା କି ଶହ ଶହ ବର୍ଷ ଧରି ଏବେ ବି ଅତୀତର ସେମାନଙ୍କ ଆକ୍ରମଣକୁ ମନେ ରଖିଛି । ଶିବାଜୀ ମହାରାଜ, ଅହଲ୍ୟାବାଇ ହୋଲକର, ପେଶୱା ବାଜିରାଓ, ଗୁରୁ ଗୋବିନ୍ଦ ସିଂ, ବୃନ୍ଦା ବାହାଦୂର, ହରି ସିଂ ନାଲୱା ପରି ବୀରମାନେ ଭାରତରେ ଜନ୍ମଗ୍ରହଣ କରି ସେମାନଙ୍କ ବୀରତ୍ବର ପରକାଷ୍ଠା ଦେଖାଇଥିଲେ । ଶହେ କୋଟି ହିନ୍ଦୁ ଏବଂ 20 ଲକ୍ଷ ମୃତ ହିନ୍ଦୁଙ୍କ ଇଚ୍ଛା ଏବେ ପୂରଣ ହେବାକୁ ଯାଉଛି । ଏହି ରାମ ମନ୍ଦିର ନିର୍ମାଣ କରିବାକୁ 496 ବର୍ଷ ଲାଗିଛି । ନରେନ୍ଦ୍ର ମୋଦୀ ନାମକ ଅନ୍ୟ ଜଣେ ସ୍ୱପ୍ନ ଦେଖୁଥିବା ବ୍ୟକ୍ତି ଦିନେ ରାମ ଲାଲା ତାଙ୍କ ଘରକୁ ଫେରି ଆସିବେ ଏବଂ ଏସିଆକୁ ଆଲୋକ ପ୍ରଦାନ କରିବେ ତାହା କରି ଦେଖାଇଛନ୍ତି । 22 ଜାନୁଆରୀ 2024 ହେଉଛି ଗତ 1000 ବର୍ଷ ମଧ୍ୟରେ ଭାରତୀୟ ସଭ୍ୟତା ପାଇଁ ସବୁଠାରୁ ବଡ ଦିନ । ରାମ ମନ୍ଦିର ପାଇଁ ଦେଶ ବେଶ ଆନନ୍ଦିତ । ସାରା ଦେଶ ଉତ୍ସବ ପାଳନ କରୁଛି । ପୁଣି ଆଧ୍ୟାତ୍ମିକ ରାଜଧାନୀ ହୋଇଛି ଅଯୋଧ୍ୟା । ବର୍ବରମାନଙ୍କ ଆକ୍ରମଣର ଜବାବ ଦେଇଛି ଭାରତ । ଏହି ସମୟ ଦେଖବା ନିହାତି ଭାଗ୍ୟର କଥା । ଭାରତ ପାଇଁ ଏହାକୁ ଆଉ ଭଲ ଦିନ କଣ ହୋଇପାରେ ।