କାହିଁକି ଏ ସହରରେ ଆମିଷ ମିଳେନି ! ଆସନ୍ତୁ ଜାଣିବା ଏହାର କାରଣ ?

only-fully-vegetarian-city-in-the-world

ମେଟ୍ରୋ ଟିଭି ଓଡିଶା (୨୮ .୨.୨୦୨୨) :

ଆଜି କାଲି ଲୋକମାନେ ଆମିଷ ଖାଇବାକୁ ବହୁତ ଗୁରୁତ୍ୱ ଦେଇଥାନ୍ତି । କିନ୍ତୁ ଏମିତି ଏକ ସହର ଯେଉଁଠି ଆମିଷ ମିଳେନି। କେହି ଛୁଇଁପାରିବେନି, ଖାଇପାରିବେନି କି ବିକି ପାରିବେନି। ଏଠାରେ ଅଧିକାଂଶ ଲୋକେ ଶାକାହାରୀ। କେହି ଆମିଷ ଖାଇବାକୁ ଚାହିଁଲେ ବି ଖାଇ ପାରିବନି। କାହିଁକିନା ବଜାରରେ ଅଣ୍ଡା ମାଂସ ବିକିବା ମନା। ଏଠି ଆମିଷ ଜାତୀୟ ଖାଦ୍ୟ ସଂପୂର୍ଣ୍ଣ ବ୍ୟାନ୍‌। ଛୋଟିଆ ସହରଟି, ନାଁ ପାଲିତାନା। ଏହା ଗୁଜୁରାଟର ଭାବନଗରରେ ଅଛି। ଏହି ସହରରେ ଜୀବଯନ୍ତୁ ମାରିବାକୁ ବ୍ୟାନ୍‌ ହୋଇଛି । ନିୟମ ନ ମାନିଲେ ଦଣ୍ଡ। ସମଗ୍ର ବିଶ୍ୱରେ ଇଏ ଗୋଟିଏ ମାତ୍ର ଶାକାହାରି ସହର। ମିଡିଆ ରିପୋର୍ଟ ମୁତାବକ, ୨୦୧୪ରେ ସରକାର ପାଲିତାନ ସହରର ସବୁ ନନଭେଜ୍‌ ଦୋକାନ ବନ୍ଦ କରିଦେଇଥିଲେ। ଏଠାରେ ଜୀବଯନ୍ତୁକୁ ମାରିବାକୁ ଲଗାଯାଇଥିଲେ ପ୍ରତିବନ୍ଧକ।

ଏହି ସରକାରୀ ଆଦେଶକୁ ନମାନିଲେ ଦଣ୍ଡ ବିଧାନର ନିୟମ ବି ରହିଥିଲା। ତେବେ ଆପଣ ଭାବୁଥିବେ ଏମିତି ନିୟମ କାହିଁକି? ଏହା ପଛରେ ବି ରହିଛି ଏକ କାହାଣୀ । ପାଖାପାଖି ୨୦୦ ଜୈନ ସନ୍ଥଙ୍କର ଆମରଣ ଅନଶନ ପରେ ଏ ନିୟମ ଜାରି ହୋଇଥିଲା। ଆମିଷ ଜାତୀୟ ଖାଦ୍ୟ ବ୍ୟାନ୍‌ କରାଯାଇଥିଲା। ସେଠାକାର ଜୈନସନ୍ଥ କୁହନ୍ତି, ସେ ତାଙ୍କ ଜୀବନ ଦେବାକୁ ପ୍ରସ୍ତୁତ ହେଲେ ଜୀବନଯନ୍ତୁଙ୍କ ବଦ୍ଧ କରି ଖାଇବେନି।

ତେଣୁ ଅନସନ କରି ସହରର ୨୫୦ ଆମିଶ ଦୋକାନ ବନ୍ଦ୍‌ କରିଦେଇଥିଲେ। ଆଉ ରାଜ୍ୟ ସରକାର ଗୁଜୁରାଟର ପାଲିତାନା ସହରରୁ ଆମିଷ ମୁକ୍ତ ଜୋନ୍‌ ଘୋଷଣା କରିଥିଲେ। ଗୁଜୁରାଟର ପାଲିତାନା ସହର ଭାବନଗରରୁ ପାଖାପାଖି ୫୦ କିମି ଦୂରରେ। ପାଲିତାନାରେ ୧୦୦ ରୁ ଅଧିକ ମନ୍ଦିର । ଯାହା ଜୈନ ସଂପ୍ରଦାୟର ଏକ ବଡ଼ ତୀର୍ଥସ୍ଥଳ।