ରହସ୍ୟମୟ ବ୍ରିଜ, ଯେଉଁଠି ଆତ୍ମହତ୍ୟା କରନ୍ତି କୁକୁର
ମେଟ୍ରୋ ଟିଭି ଓଡିଶା,୧୯/୧: ଦୁନିଆ ଅଭୁଦ ଓ ରହସ୍ୟରେ ପରିପୂର୍ଣ୍ଣ । ଆମ ଏଇ ଦୁନିଆରେ ଏଭଳି କିଛି ବିଚିତ୍ର ଦେଖିବାକୁ ମିଳେ ଯାହା ଆମକୁ ଆଶ୍ଚର୍ଯ୍ୟ ଚକିତ କରିଥାଏ । ଏହି ବିଚିତ୍ର ଦୁନିଆର ଅଭୁଦ ରହସ୍ୟ ବିଷୟରେ ଜ।ଣିଲେ ଆଚମ୍ବିତ ହୋଇଯିବୋ କେବଳ ମଣିଷ ଯିଏ କି ବିଭିନ୍ନ କାରଣ ଯୋଗୁ ଆତ୍ମହତ୍ୟା କରିଥାନ୍ତି । ଚାପଗ୍ରସ୍ତ , ଉଦାସୀନତା ପାରିବାରିକ ଅଶାନ୍ତି ତଥା ଅନେକ କିଛି । କିନ୍ତୁ କେବେ ଭାବିଛନ୍ତି କୁକୁର ବି ଆତ୍ମହତ୍ୟା କରି ପାରେ । ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ ।
ଦୁନିଆରେ ଏପରି ଏକ ବ୍ରିଜ୍ ଅଛି, ଯେଉଁଠାରେ କୁକୁରମାନେ ଡେଇଁ ଆତ୍ମହତ୍ୟା କରନ୍ତି। ସ୍କଟଲାଣ୍ଡରେ ରହିଛି ଏକ ରହସ୍ୟମୟ ବ୍ରିଜ। ଯାହା କୁକୁର ଆତ୍ମହତ୍ୟା ପାଇଁ ଜଣାଶୁଣା। ଏହି ବ୍ରିଜ୍କୁ ଡଗ୍ ସୁଇସାଇଡ୍ ବ୍ରିଜ୍ ମଧ୍ୟ କୁହାଯାଏ। ଏହି ବ୍ରିଜ୍ର ଉଚ୍ଚତା ୫୦ ଫୁଟ। ଯେକୌଣସି କୁକୁର ଏହି ବ୍ରିଜକୁ ବୁଲିବାକୁ ଆସିବା କ୍ଷଣି ସେ ଡେଇଁପଡ଼େ। ଶହ ଶହ କୁକୁର ଏହି ବ୍ରିଜରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।
ସୂଚନା ଅନୁଯାୟୀ, ଏହି ବ୍ରିଜ୍ର ରହସ୍ୟ ଏପର୍ଯ୍ୟନ୍ତ କେହି ଜାଣିପାରୁ ନାହାନ୍ତି। ସ୍ଥାନୀୟ ଲୋକେ କୁହନ୍ତି, ବ୍ରିଜରୁ ଡେଇଁ ପଡ଼ିଥିବା ୫୦ କୁକୁରଙ୍କର ମୃତ୍ୟୁ ଘଟିଛି। ଅନେକଙ୍କୁ ଉଦ୍ଧାର କରାଯାଇଛି। ଏହି ବ୍ରିଜ୍ ୧୯୫୦ ମସିହାରେ ନିର୍ମିତ ହୋଇଥିଲା। ନିର୍ମାଣ ପରଠାରୁ ଏଭଳି ଘଟଣା ଦେଖିବାକୁ ମିଳୁଛି।ଏହି ବ୍ରିଜ୍ ସହିତ ଜଡିତ ଅନେକ କାହାଣୀ ରହିଛି। କିଛି ଲୋକ ଭୂତ ସହିତ ସଂଯୁକ୍ତ ବୋଲି କହିଥାନ୍ତି। ଅନେକ ଲୋକ କୁହନ୍ତି, ବ୍ରିଜ ଉପରକୁ ଯିବା ମାତ୍ରେ ଭୂତ କୁକୁରମାନଙ୍କ ଭିତରକୁ ଆସେ ଏବଂ ସେମାନେ ଡେଇଁ ଆତ୍ମହତ୍ୟା କରନ୍ତି। ଯେଉଁମାନଙ୍କର କୁକୁର ଏଠାରେ ଡେଇଁ ଆତ୍ମହତ୍ୟା କରିଛନ୍ତି, ସେମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ; ଏଠାରେ କିଛି ଅଜବ ଶକ୍ତି ଅଛି, ଯାହା ଯୋଗୁ ଏପରି ଘଟଣା ଘଟୁଛି।କିଛି ଲୋକ କୁହନ୍ତି, ଲେଡି ଅଫ୍ ଓଭରଟନ୍ ନାମକ ଜଣେ ମହିଳାଙ୍କ ଆତ୍ମା ଏହି ବ୍ରିଜ୍ ଉପରେ ରହିଛି। ଯାହାବି ହେଉ ଏହା ଆଜି ପର୍ଯ୍ୟନ୍ତ କେବଳ କାହାଣୀ ହୋଇ ରହିଯାଇଛି। ପ୍ରକୃତ ସତ୍ୟ ବର୍ତ୍ତମାନ ସୁଦ୍ଧା ଉନ୍ମୋଚନ ହୋଇପାରିନାହିଁ ।