ଧ୍ୱଜାବତରଣ ଉତ୍ସବରେ ଶୁଣାଯିବ ନାହିଁ ଆବାଇଡ୍ ୱିଥ୍ ମି:ହଟାଗଲା ମହାତ୍ମାଗାନ୍ଧୀଙ୍କ ପ୍ରିୟ ଭଜନ

ଧ୍ୱଜାବତରଣ ଉତ୍ସବରେ ଶୁଣାଯିବ ନାହିଁ ଆବାଇଡ୍ ୱିଥ୍ ମି:ହଟାଗଲା ମହାତ୍ମାଗାନ୍ଧୀଙ୍କ ପ୍ରିୟ ଭଜନ

ମେଟ୍ରୋ ଟିଭି ଓଡିଶା,୨୩/୧ : ଏଥର ଧ୍ୱଜାବତରଣ ଉତ୍ସବରେ ଶୁଣିବାକୁ ମିଳିବନି ମହାତ୍ମା ଗାନ୍ଧିଙ୍କ ପ୍ରିୟ ଭଜନ । ମହାତ୍ମାଗାନ୍ଧିଙ୍କ ପ୍ରିୟ ଭଜନ ଆବାଇଡ ୱିଥ ମି କୁ ବିଟିଙ୍ଗ ଦ ରିଟ୍ରିଟ ପାଇଁ ୨୬ ଟି ଧୁନ୍‌ର ଏକ ତାଲିକା ପ୍ରସ୍ତୂତ କରାଯାଇଛି । ମହାତ୍ମାଗାନ୍ଧିଙ୍କ ମୃତ୍ୟୁ ବାର୍ଷିକରେ ଗୋଟିଏ ଦିନ ପୂର୍ବରୁ ଜାନୁୟାରୀ ୨୯ରେ ବିଟିଙ୍ଗ ଦ ରିଟ୍ରିଟ ସମାରୋହର ଶେଷରେ ଏହା ବଜା ଯାଇଥିଲା । ୧୯୫୦ ଠାରୁ ବିଟିଙ୍ଗ ଦ ରିଟ୍ରିଟରେ ଏହି ଧୁନ୍ ବଜାଯାଇ ଆସୁଥିଲା। କିନ୍ତୁ ୨୦୨୦ ରେ ପ୍ରଥମ ଥର ପାଇଁ ଏହାକୁ ବାଦ୍ ଦିଆଯାଇଥିଲା। ଏହାକୁ ନେଇ ଅନେକ ବିବାଦ ପରେ, ଏହାକୁ ୨୦୨୧ରେ ପୁନର୍ବାର ଏହି ସମାରୋହରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହାକୁ ଦ୍ୱିତୀୟ ଥର ପାଇଁ ପୁଣି ବିଟିଙ୍ଗ ଦ ରିଟ୍ରିଟ ଧୁନ୍‌ରୁ ହଟାଇ ଦିଆ ଯାଇଛି। ସମଗ୍ର କାର୍ଯ୍ୟକ୍ରମର ବିବରଣୀ ଶନିବାର ଭାରତୀୟ ସେନା ଦ୍ୱାରା ପ୍ରକାଶ ପାଇଛି। ଏଥିରେ ମହାତ୍ମାଙ୍କ ପସନ୍ଦର ଧୁନ୍ ସମ୍ପର୍କରେ ଉଲ୍ଲେଖ କରାଯାଇ ନାହିଁ । ୧୮୪୭ ରେ ସ୍କଟଲ୍ୟାଣ୍ଡର କବି ହେନେରୀ ଫ୍ରାନ୍ସିସ ଲାଇଟଙ୍କ ଦ୍ୱାରା ଏହି ଭଜନଟି ଲେଖା ହୋଇଥିଲା ।

ସୂଚନା ଅନୁଯାୟୀ,ପ୍ରଥମ ବିଶ୍ୱଯୁଦ୍ଧରେ ଏହାର ଧୁନ୍ ବହୁତ ଲୋକପ୍ରିୟ ହୋଇଥିଲା। ବେଲଜିୟମରୁ ପଳାୟନ କରୁଥିବା ବ୍ରିଟିଶ ସୈନିକମାନଙ୍କୁ ସାହାଯ୍ୟ କରୁଥିବା ବ୍ରିଟିଶ ନର୍ସ ଏଡିଥ କାଭେଲ ଜର୍ମାନ ସୈନିକମାନଙ୍କ ହାତରେ ହତ୍ୟା କରାଯିବା ପୂର୍ବରୁ ଏହି ଗୀତ ଗାଇଥିଲେ । ମହାତ୍ମା ଗାନ୍ଧୀ ଏହାକୁ ଅନେକ ସ୍ଥାନରେ ବଜାଇଥିଲେ । ଫଳରେ ଭାରତରେ ଏହା ବେଶ୍ ସୁନାମ ଅର୍ଜନ କରିଥିଲା । ମହାତ୍ମା ଗାନ୍ଧୀ ପ୍ରଥମେ ସାବରମତି ଆଶ୍ରମରେ ଏହି ଧୁନ୍ ଶୁଣିଥିଲେ । ସେଠାରେ ମହୀଶୁର ପ୍ୟାଲେସ ବ୍ୟାଣ୍ଡ ଏହାକୁ ବଜାଉଥିଲେ। ସେବେଠାରୁ ଏହା ’ବୈଷ୍ଣବ ଜନ ତୋ’, ’ରଘୁପତି ରାଘବ ରାଜାରାମ’ ଏବଂ ’ଲିଡ କାଇଣ୍ଡଲି ଲାଇଟ୍‌’ ସହିତ ଆଶ୍ରମର ଭଜନରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଚଳିତ ବର୍ଷ ଏହି ଉତ୍ସବ ଏକ ଫନ୍ ଫେୟାର ଗୀତରୁ ଆରମ୍ଭ ହେବ । ଏହା ପରେ ମାସ ବ୍ୟାଣ୍ଡ ବୀର ସୈନିକ ଗୀତ ଏବଂ ପାଇପ ଏବଂ ଡ୍ରମ୍ସ ବ୍ୟାଣ୍ଡ ଦ୍ୱାରା ୬ଟି ଧୁନ ବଜାଯିବ। କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ବ୍ୟାଣ୍ଡ ତିନିଟି ଧୁନ୍ ବଜାଇବେ । ଏହା ପରେ ଏୟାରଫୋର୍ସର ବ୍ୟାଣ୍ଡ ୪ଟି ଧୁନ୍ ବଜାଇବେ। ଏଥିରେ ଫ୍ଲାଇଟ ଲ୍ୟୁଟନାଟ୍ ଏଲ.ଏସ ରୁପାଚନ୍ଦ୍ରନଙ୍କ ଏକ ସ୍ବନ୍ତ୍ର ଯୁଦ୍ଧ ଧୁନ୍ ମଧ୍ୟ ଅନ୍ତର୍ଭୁକ୍ତ ହେବ।ଏହା ପରେ ନୌସେନା ବ୍ୟାଣ୍ଡ ୪ଟି ଧୁନ୍‌, ଆର୍ମି ମିଲିଟାରୀ ବ୍ୟାଣ୍ଡ – କେରଳ ସିକି ଏ ମୋଲ ଏବଂ ହିନ୍ଦ କି ସେନା ୩ଟି ଧୁନ୍‌, ମାସ ବ୍ୟାଣ୍ଡ ୩ଟି ଏବଂ କଦମ କଦମ ବଢ଼ାଏ ଯା,ଡ୍ରାମର୍ସ କଲ ଏବଂ ଏ ମେରେ ବତନ କେ ଲୋଗୋଁ ଧୁନ୍ ବଜାଇବେ । ସମାରୋହ ଶେଷରେ ’ସାରେ ଜାହାଁ ସେ ଆଛା’ ବଜା ଯିବ। ସମାରୋହରେ ୪୪ ବିଗୁଲର୍‌, ୧୬ ତୂରୀ ବାଦ୍ୟକାର ଏବଂ ୭୫ ଜଣ ଡ଼୍ରମର୍ ଯୋଗଦେବେ ।