କୋର୍ଟ ପରିସରରେ ଗ୍ୟାଙ୍ଗଷ୍ଟାର ସଞ୍ଜିବ ଜୀଭାଙ୍କୁ ଗୁଳି କରି ହତ୍ୟା

 ଲକ୍ଷ୍ନୌ: କୋର୍ଟ ରୁମ ପରିସରରେ ଗ୍ୟାଙ୍ଗଷ୍ଟାର ସଞ୍ଜିବ ଜୀଭାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଜଣେ ଦୁର୍ବୁତ୍ତ ସଞ୍ଜିବଙ୍ଗ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ବୁତ୍ତ ଜଣକ ଓକିଲ ବେଶରେ ଆସି ଗୁଳି ମାଡ଼ କରିଥିବା ଜଣାପଡ଼ିଛି ।  ଏହାକୁ ନେଇ ଓକିଲମାନେ ଧାରଣା ମଧ୍ୟ ଦେଇଛନ୍ତି । ଗୁଳି ମାଡ଼ରେ ଜଣେ ଝିଅ ଓ ଜଣେ ପୋଲିସ କର୍ମଚାରୀ ମଧ୍ୟ ଗୁରୁତର ହୋଇଛନ୍ତି । ଏକ ମାମଲାରେ ଶୁଣାଣି ହେବାକୁ ଥିବା ବେଳେ କୋର୍ଟରେ ହାଜର ହୋଇଥିଲା ସଞ୍ଜିବ । ଡନ୍‌ ମୁଖତାର ଅନସାରୀର ପାଖ ଲୋକ ଥିଲା ସଞ୍ଜିବ ଜିଭା ।ଜଣେ ବିଜେପି ନେତା ବ୍ରହ୍ମ ଦତ୍ତଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିଲା ସଞ୍ଜୀବ । ଏଥିସହିତ ସେ ଅନ୍ୟ ମାମଲାରେ ମଧ୍ୟ ଅଭିଯୁକ୍ତ ଥିଲା ।