ମଣିପୁରରେ ପୁଣି ଥରେ ହିଂସାକାଣ୍ଡ ସୃଷ୍ଟି

ନୂଆଦିଲ୍ଲୀ: ମଣିପୁରରେ ପୁଣି ଥରେ ହଂସାକାଣ୍ଡ ଦେଖିବାକୁ ମିଳିଛି । ହିଂସାକାଣ୍ଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଶରୀରରେ ଗୁଳିର ଚିହ୍ନ ରହିଥିବା ଦେଖିବାକୁ ମିଳିଛି । କିଛି ଆହତଙ୍କୁ ଚିକିତ୍ସା ପାଇଁ ଇମ୍ଫାଲ ସ୍ଥାନାନ୍ତର କରାଯାଇଛି । ରାଜ୍ୟର ଖମେନଲୋକ ଅଞ୍ଚଳରେ ହୋଇଥିବା ଗୁଳିମାଡ଼ରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ସେନା ସୂତ୍ରରୁ ସୂଚନା ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହୋଇଥିବା ହିଂସାରେ ଜଣେ ମହିଳା ବି ପ୍ରାଣ ହରାଇଛନ୍ତି ।
ତେବେ ପୂର୍ବ-ଉତ୍ତର ରାଜ୍ୟ ମଣିପୁରରେ ପୁଣି ଥରେ ହିଂସାକାଣ୍ଡ ସୃଷ୍ଟି ହେବା ପରେ କର୍ଫ୍ୟୁ କଟକଣାକୁ ବଢ଼ାଇ ଦିଆଯାଇଛି । ସଂଘର୍ଷ କାରଣରୁ ମାସାଧିକ କାଳ ମଣିପୁରରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖିବାକୁ ମିଳିଛି । ହିଂସାକାଣ୍ଡର ମୃତାହତଙ୍କ ସମ୍ପୂର୍ଣ୍ଣ ଗତ ମାସ ୮ ତାରିଖରେ ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂହ ପ୍ରଦାନ କରିଥିଲେ । ମୋଟ ୬୦ ଜଣଙ୍କର ମୃତ୍ୟୁ ଘଟିବା ସହି ୨୩୨ ଜଣ ଆହତ ହୋଇଥିଲେ । ଏଥିସହିତ ୧୭୦୦ଟି ଘର ଜଳି ପାଉଁଶ ହୋଇଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।